ପୁଲିସର ଚଢ଼ଉ, ୬ ଜୁଆଡ଼ି ଗିରଫ - NILACHALA SAMACHAR
Article Image

ପୁଲିସର ଚଢ଼ଉ, ୬ ଜୁଆଡ଼ି ଗିରଫ

🗂 Crime | 🕒 11 Oct 2025, 15:55 IST



ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ସିଟି ରୋଡ୍‌ସ୍ଥିତ ଶୁଭମ ହୋଟେଲର ୩୦୭ ନମ୍ବର ରୁମ୍ ଭିତରେ ଜୁଆ ଖେଳ ହେଉଥିବା ଖବର ପାଇ ପୁଲିସ ଚଢ଼ଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ପୁଲିସ ଘଟଣାସ୍ଥଳରୁ ୯୦ ହଜାର ୫ ଶହ ଟଙ୍କା, ତିନି ପ୍ୟାକେଟ୍ ତାସ୍ ମୁଠା ଓ


ଥାନ ୫ଟି ମୋବାଇଲ ଫୋନ୍ ଜବତ କରିଛି| ଏ ସଂକ୍ରାନ୍ତରେ ପୁଲିସ ନିଜ ଆଡୁ ସମୁଦ୍ରକୂଳ ଆନାରେ ୨୯୬/୨୫ ନମ୍ବରରେ ଏକ ମାମଲା ରୁଜୁ କରି ଆଜି ଏହି ୬ ଜଣ ଜୁଆଡ଼ିଙ୍କୁ ଧରି ତଦନ୍ତ ଚଳାଇଛି।


ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ସମୟରେ ସମୁଦ୍ରକୂଳ ଥାନା


ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଚକ୍ରତୀର୍ଥ ରୋଡ୍‌ସ୍ଥିତ ଶୁଭମ ହୋଟେଲର ୩୦୭ ନମ୍ବର ରୁମ୍ ଭିତରେ ଜୁଆ ଖେଳ ହେଉଥିବାର ଖବର ମିଳିଥିଲା। ଖବର ପାଇ ସେଠାରେ ପୁଲିସ ଚଢ଼ଉ କରି ତାଳବଣିଆ ଥାନା ଅନ୍ତର୍ଗତ ଭୁଦାନ ଛକର ଆର୍, ସନ୍ତୋଷ ରେଡ୍ଡୀ (୩୩), ବ୍ଲକ୍ ଛକର


ନୋଜ ସ୍ବାଇଁ (୨୭), ଷ୍ଟେସନ ରୋଡ୍ ଧୋବା ସାହିର ରାକେଶ ସେଠୀ (୩୫), ସଦର ଥାନା ଅନ୍ତର୍ଗତ କପିଳେଶ୍ଵରପୁରର ଚିତ୍ରସେନ ସ୍ଵାଇଁ (୩୮), ଟାଉନ ଥାନା ଅନ୍ତର୍ଗତ ସୁଆର ସାହିର ପଦ୍ମନାଭବେହେରା (୪୫) ଓ ଗୋପ ଥାନା ଅନ୍ତର୍ଗତ ବଉଳନାଗ ଗାଁର ଆଶିଷ ଖୁଣ୍ଟିଆ (୩୦) କୁ ଧରିଥିଲା। ସେମାନଙ୍କ ପାଖରୁ ପୁଲିସ ଟଙ୍କା, ମୋବାଇଲ ଫୋନ୍‌ ଓ ତାସ ମୁଠା ଆଦି ଜବତ କରିଥିଲା। ପୁଲିସ ଆଜି ଏହି ୬ ଜଣ ଜୁଆଡ଼ିଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: