🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ମା ମରିଚେଇ ଅଟୋ ଚାଳକ ସଙ୍ଘର ସାଂସ୍କୃତିକ କାର୍ଯ୍ୟକ୍ରମ - NILACHALA SAMACHAR
Article Image

ମା ମରିଚେଇ ଅଟୋ ଚାଳକ ସଙ୍ଘର ସାଂସ୍କୃତିକ କାର୍ଯ୍ୟକ୍ରମ

🗂 Local | 🕒 12 Oct 2025, 01:33 IST

 

ପୁରୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମା ମରିଚେଇ ଅଟୋ ଚାଳକ ସଙ୍ଘ ପକ୍ଷରୁ ମା ଗଜଲକ୍ଷ୍ମୀ ପୂଜା ଉତ୍ସବ ଅନୁଷ୍ଠିତ ହେଉଅଛି l ପୂଜା ଅବସରରେ ଶନିମନ୍ଦିର ଗଳି ବଡଦାଣ୍ଡରେ ପୂଜା ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗତ ଶୁକ୍ରବାର ରାତ୍ରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଅତିଥିଭାବେ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର ଯୋଗ ଦାନ କରିଥିଲେ l ଏହି ଅବସରରେ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଭାପର୍ବ ପରେ ଗୀତିନାଟ୍ୟ କୃଷ୍ଣ ସୁଦାମ ରୁକ୍ମଣୀ ସତ୍ୟଭାମା କଳି ପରିବେଷଣ ହୋଇଥିଲା l ବହୁ ଦର୍ଶକ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଗୀତିନାଟ୍ୟ ଉପଭୋଗ କରିଥିଲେ l ସଂଘର ସଭାପତି ନାରାୟଣ ପ୍ରସାଦ ସିଂହ, ସମ୍ପାଦକ ଦେବବ୍ରତ ବାରିକି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଅନ୍ୟ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ l

💬 Leave a Comment

🗨️ Approved Comments

No comments yet.

🔗 Share this article: