🗂 Local | 🕒 12 Oct 2025, 01:39 IST
ପୁରୀ ଗତ ଶୁକ୍ରବାର ରାତ୍ରରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଏକ କାରକୁ ଦେଖିବାକୁ ମିଳିଥିଲା l ଶ୍ରୀମନ୍ଦିର ନିକଟକୁ ଯାନବାହାନ ଯିବା ଉପରେ ସଂପୂର୍ଣ୍ଣ କଟକଣା ରହିଥିବା ବେଳେ ତେବେ ଗତ ଶୁକ୍ରବାର ରାତ୍ରରେ ରେ ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ଅନାୟସରେ ଏକ କାର ଯାଇଥିଲା।ବିଭିନ୍ନ ସମୟରେ ଟ୍ରାଫିକ ନିୟମ କାନୁନକୁ ଫୁ କରି ଏଭଳି ଗାଡ଼ି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିବା ନଜିର ରହିଛି l ଗତ ଶୁକ୍ରବାର ଯାଇଥିବା ଗାଡ଼ି ଉପରେ ପୁରୀ ଟ୍ରାଫିକ ପୋଲିସ ଫାଇନ୍ କରିଛି।ଏହି ଗାଡ଼ିଟି ଭୁବନେଶ୍ୱର ଲକ୍ଷ୍ମୀ ସାଗର ବ୍ରିଟ କଲୋନୀର ବିରଜା ପ୍ରସାଦ ପଣ୍ଡାଙ୍କର ବୋଲି ଜଣାପଡିଛି।ଟ୍ରାଫିକ ପୋଲିସ କାର ଉପରେ ୨୫୦୦ ଟଙ୍କା ଫାଇନ କରିଛନ୍ତି।ତେବେ ଗାଡ଼ିଟି ବିଭିନ୍ନ ଟ୍ରାଫିକ ପୋଷ୍ଟ ଅତିକ୍ରମ କରି କିଭଳି ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l
No comments yet.