🗂 Local | 🕒 12 Oct 2025, 02:16 IST
ପୁରୀ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିଜେପି ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି l ଶ୍ରୀଜଗନ୍ନାଥ ମନ୍ଦିରକୁ ରେଡ ଜୋନ ଭାବେ ଘୋଷଣା କରିଛି ଡିଜିସିଏ। ଏୟାରସ୍ପେଶ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ ରହିଛି l ଏହି ରେଡ ଜୋନ ଅନୁଯାୟୀ ସମୁଦ୍ର ପତ୍ତନ ଠାରୁ ୫୦୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ କୌଣସି ଉଡାଣ ହୋଇପାରିବ ନାହିଁ l ରେଡ ଜୋନ ପରେ ଆଇନ ଅନୁଯାୟୀ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିବ l ତେବେ ରେଡ ଜୋନ ନୁହେଁ ବରଂ ଅନ୍ୟ ସ୍ଥାନ ପରି ପୁରୀ ଶ୍ରୀମନ୍ଦିରକୁ ପୁନର୍ବାର ନୋ ଫ୍ଲାଇଂ ଜୋନ ଘୋଷଣା ପାଇଁ ଭଏସ ଅଫ୍ କମନ୍ ମ୍ୟାନ ସଂଗଠନ ଦାବି କରିଛି। ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋଫ୍ଲାଇଁ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ ରେଡ ଜୋନ ଘୋଷଣା ହେବା ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ଗତ ଶୁକ୍ରବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅପରେଟ୍ କରୁଥିବା ଅପରେଟରକୁ ଧରିବାରେ ପୁରୀ ପୋଲିସ ସଫଳ ହୋଇଥିଲା। ତେଣୁ ଶ୍ରୀଜଗନ୍ନାଥ ମନ୍ଦିରକୁ ରେଡ ଜୋନ ଭାବେ ଘୋଷଣା ହେବାପରେ କେବଳ ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲାଗିଲେ ଉଡୁଥିବା ଡ୍ରୋନ୍ କାବୁ ହୋଇପାରିବ। ଅତୀତରେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ତଥା ପରିକ୍ରମା ମାର୍ଗରେ ଡ୍ରୋନ କ୍ୟାମେରା ଘୁରି ବୁଲୁଥିବାର ଏକାଧିକ ନଜର ରହିଛି।ବର୍ତ୍ତମାନ ବିଶ୍ଵର ବିଭିନ୍ନ ଦେଶରେ ଡ୍ରୋନ ବ୍ୟବହାର କରି ଆକ୍ରମଣ ଘଟଣା ଘଟୁଥିବାରୁ ଶ୍ରୀମନ୍ଦିର ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।୨୦୧୮ ରୁ ୨୦୨୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଥିଲା।ଏତଦ୍ ବ୍ୟତୀତ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଅଞ୍ଚଳ ଉପରେ ଅଧିକ କଟକଣା ରହିଥାଏ।୨୦୧୪ ମସିହାରୁ ଭଏସ୍ ଅଫ୍ କମନ ମ୍ୟାନ ଅନୁଷ୍ଠାନ ରାଜ୍ୟ ଶ୍ରୀମନ୍ଦିର ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ କରିବା ପାଇଁ ଦାବୀ କରି ଆସୁଥିଲା। ଡିଜିସିଏର ମାନଦଣ୍ଡ ଅନୁଯାୟୀ ସର୍ଭେ ସହ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସନଷ୍ଟ ଦସ୍ତାବିଜ୍ ସହ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା।ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଶେଷରେ ଡିଜିସିଏ ଶ୍ରୀମନ୍ଦିରକୁ ରେଡ ଜୋନ ଘୋଷଣା କରିଛି।ଏହା ଦ୍ବାରା କୌଣସି ଉଡାଣ ହୋଇ ପାରିବ ନାହିଁ।ଯଦି କେହି ବ୍ୟକ୍ତିବିଶେଷ ବା ଅନୁଷ୍ଠାନ ଏହାର ଉଲ୍ଲଘଂନ କରନ୍ତି ତେବେ ରେଡ ଜୋନ ଅନୁଯାୟୀ ପୋଲିସ ପକ୍ଷରୁ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।ବୈଷୟିକ ଓ ନିଜସ୍ଵ ଉଦ୍ୟମରେ ପୋଲିସ ତୀକ୍ଷ୍ଣ ନଜର ରଖିବା ସହ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣକୁ ପ୍ରତିହତ କରିପାରିବ l ସେହିପରି ଆଣ୍ଟି ଡ୍ରୋନେ ସିଷ୍ଟମ ଟେକନୋଲୋଜି ବ୍ୟବହାର କରି ଡ୍ରୋନ ଗୁଡ଼ିକୁ ଖସାଯାଇପାରିବ ବୋଲି ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି l ଶ୍ରୀମନ୍ଦିର ରେଡ ଜୋନ ଘୋଷଣା ନିଷ୍ପତ୍ତିକୁ ସବୁ ମହଲରେ ପ୍ରଶଂସା କରାଯାଇଛି l ତେବେ ଏହା କିଭଳି ଭାବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଛି l
No comments yet.