🗂 Crime | 🕒 13 Oct 2025, 02:50 IST
ପୁରୀ ଦେଶୀମଦ କାରବାର କରିବା ଅଭିଯୋଗରେ ସଦର ଥାନା ପୁଲିସ ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟଙ୍କ ପରିଚୟ ରେବତୀରମଣ ତୋଟାସାହିର ଜଗନ୍ନାଥ ଓରଫ ଶ୍ରୀକାନ୍ତ ପାତ୍ର ୨୫ ଓ ଧଣ୍ଡିଆ ଓରଫ ନବୀନ ବେହେରା l ଅଭିଯୁକ୍ତ ଦ୍ବୟଙ୍କ ନିକଟରୁ ୪୮ଲିଟର ଦେଶୀମଦ ଓ ଓଡି ୧୩ୟାଇ ୧୬୬୯ ନମ୍ବର ବିଶିଷ୍ଟ ସ୍କୁଟି ଜବତ କରାଯାଇଛି l ଅଭିଯୁକ୍ତ ଦ୍ବୟ ଦେଶୀମଦ କାରବାର କରୁଥିବା ନେଇ ପୁଲିସ ଅତର୍କିତ ଚଢ଼ାଉ କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି ଦେଶୀମଦ ଜବତ କରିଥିଲା l ପରେ ୬୧୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ରବିବାର ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.