🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ମହାପ୍ରଭୁଙ୍କୁ ଅସମ୍ମାନ: ପିନ୍ଧା ଧୋତିରେ ଶ୍ରୀଜଗନ୍ନାଥ, ସେବାୟତଙ୍କ ବିରୋଧ - NILACHALA SAMACHAR
Article Image

ମହାପ୍ରଭୁଙ୍କୁ ଅସମ୍ମାନ: ପିନ୍ଧା ଧୋତିରେ ଶ୍ରୀଜଗନ୍ନାଥ, ସେବାୟତଙ୍କ ବିରୋଧ

🗂 Local | 🕒 13 Oct 2025, 16:45 IST

ପୁରୀ: କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ । ଧୋତିରେ ଶ୍ରୀଜଗନ୍ନାଥଙ୍କ ମୁଣ୍ଡମଣ୍ଡଳ ଚିତ୍ରଥିବା ଧୋତି ପିନ୍ଧି ଶ୍ରୀମନ୍ଦିର ଆସିଲେ ଜଣେ ଶ୍ରଦ୍ଧାଳୁ । ଏହାକୁ ଶ୍ରୀମନ୍ଦିର ସେବାୟତ ଘୋର ବିରୋଧ କରିଛନ୍ତି । ଏଥିସହ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ ମଣ୍ଡଳ ଚିତ୍ର ଥିବା ଧୋତି ପରିଧାନ କରି ଶ୍ରୀମନ୍ଦିର ଆସିଲେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସେବାୟତ ବିରୋଧ କରିଛନ୍ତି । ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପ୍ରତି ଅପମାନ ସୂଚକ ଧୋତି ପରିଧାନ କରୁଥିବାରୁ ଶ୍ରୀମନ୍ଦିରକୁ କିଛି ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରାଇ ଦେଲେନି ଶ୍ରୀମନ୍ଦିର ସେବାୟତ

ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରଵେଶ ପାଇଁ ଥିବା ବ୍ୟାରିକେଡ଼ରେ କିଛି ଶ୍ରଦ୍ଧାଳୁ ପ୍ରଵେଶ ପାଇଁ ଠିଆ ହୋଇଥିଲେ । ଜଣେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଚିତ୍ରିତ ହୋଇଥିବା ଧୋତି ପରିଧାନ କରି ଆସିଥିଲେ । ଯାହା ସେବାୟତଙ୍କ ନଜରକୁ ଆସିଥିଲା । ଏହାକୁ ସେବାୟତ ବିରୋଧ କରିଥିଲେ । ଏହା ସହ ଶ୍ରୀମନ୍ଦିରକୁ ପ୍ରବେଶ କରେଇବାକୁ ଦେଇନଥିଲେ । ତେବେ ଏହି ଘଟଣା କେବେ ଘଟିଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଗତକାଲି(ରବିବାର) ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।


ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ‘ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଫଟୋ ପିନ୍ଧା ଧୋତି ରହିବା ଠିକ୍ ନୁହେଁ । ଏହି ଧୋତିର ଗୋଡ ପାଖରେ ମହାପ୍ରଭୁଙ୍କ ଚିତ୍ର ଥିବା ଦେଖିବାକୁ ମିଳିଛି । ଏହା ମହାପ୍ରଭୁଙ୍କ ପ୍ରତି କି ସମ୍ମାନ । ଭକ୍ତ ମାନେ ଶ୍ରୀମନ୍ଦିରକୁ ଆସିଲେ ପୋଷାକରେ ଶାଳୀନତା ରହିବା ଦରକାର । ନ ହେଲେ ଏହା ଭକ୍ତଙ୍କ ଭାବନାକୁ କୁଠାରଘାତ କରିବ । ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନେ ଶାଳୀନତା ପୋଷାକ ପରିଧାନ କରିବା ପାଇଁ ନିୟମ ରହିଛି । ହାପ ପ୍ୟାଣ୍ଟ୍, ଚିରା ଫଟା ଜିନ୍ସ ପୋଷାକ, ଛୋଟ ପୋଷାକ ପିନ୍ଧି ଆସିବା ନେଇ କଟକଣା ରହିଛି । ଭଲ ପୋଷାକ ପିନ୍ଧି ଆସିଲେ ଶ୍ରୀମନ୍ଦିରର ପବିତ୍ରତା ବଜାୟ ରହିବ । ଭକ୍ତ ଏକ ଭଲ ଅନୁଭୂତି ନେଇ ଫେରିବେ । ଏଣୁ ଉଭୟ ପୁରୁଷ ଓ ମହିଳା ମାନେ ଫୁଲ ପୋଷାକ ପିନ୍ଧି ଆସିବା ଉଚିତ୍‌ ।

💬 Leave a Comment

🗨️ Approved Comments

No comments yet.

🔗 Share this article: