🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ମୋବାଇଲ ଫୋନ୍ ଚୋରି କରିନେବା ଅଭିଯୋଗରେ ବଳିଆପଣ୍ଡା ଥାନା ଗିରଫ କରିଛି। - NILACHALA SAMACHAR
Article Image

ମୋବାଇଲ ଫୋନ୍ ଚୋରି କରିନେବା ଅଭିଯୋଗରେ ବଳିଆପଣ୍ଡା ଥାନା ଗିରଫ କରିଛି।

🗂 Crime | 🕒 14 Oct 2025, 12:40 IST

ପୁରୀ ଘରେ ପଶି ମୋବାଇଲ ଫୋନ୍ ଚୋରି କରିନେବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ତା ନିକଟରୁ ଦୁଇଟି ମୋବାଇଲ ଫୋନ୍ ଜବତ କରିଛି। ଏ ସଂକ୍ରାନ୍ତରେ ବଳିଆପଣ୍ଡା ଥାନାରେ କଳିଙ୍ଗ ବିହାର ମାତାମଠ ଲେନ୍‌ରେ ରହୁଥିବା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଉପରତାଡ଼ଡିହ ଗାଁର ଶିବଶଙ୍କର ହଂସଦା ଅଭିଯୋଗ କରିବାରୁ ପୁଲିସ ୧୯୬/୨୫ ନମ୍ବରରେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ଭୋର୍ ସମୟରେ ଶିବ ଓ ତାଙ୍କ ସାଙ୍ଗ ଶୋଇଥିବା ବେଳେ ପେଣ୍ଠକଟା ସାମୁଦ୍ରିକ ଥାନା ଅନ୍ତର୍ଗତ ବାଲିଘାଟ ବ୍ରାହ୍ମଣ ପୋଖରୀର ବାବୁ ଦାସ(୧୯)ତାଙ୍କ ଘରେ ପଶି ମୋବାଇଲ ଫୋନ୍ ଲୁଟି ଖସିଯାଉଥିବା ବେଳେ ସିଡ଼ିରେ ଖସିପଡ଼ି ଗୁରୁତର ଆହତ ହୋଇଥିଲା। ତାଙ୍କୁ ସ୍ଥାନୀୟ ଲୋକମାନେ ଧରି ବଳିଆପଣ୍ଡା ଥାନାରେ ଅଭିଯୋଗ କରିଥିଲେ | ପୁଲିସ ଆଜି ବାବୁକୁ ଗିରଫ ପରେ କୋର୍ଟଚାଲାଣ କରିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: