🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍‌ ଫୋନ୍‌, ଆଗକୁ ୱାକିଟକି ବ୍ୟବସ୍ଥା ହେବ - NILACHALA SAMACHAR
Article Image

ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍‌ ଫୋନ୍‌, ଆଗକୁ ୱାକିଟକି ବ୍ୟବସ୍ଥା ହେବ

🗂 Art & Culture | 🕒 14 Oct 2025, 16:13 IST

ପୁରୀ ଏଥର ଅତ୍ୟାଧୁନିକ ସୁରକ୍ଷା ବଳୟରେ ରହିବ ପୁରୀ ଶ୍ରୀମନ୍ଦିର । ଶ୍ରୀମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିର ସୁରକ୍ଷା ନେଇ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ବସିଥିବା ସୁରକ୍ଷା ସବ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସୁରକ୍ଷା ପାଇଁ ଅଧିକ ସଂଖ୍ୟକ ସୁରକ୍ଷା କର୍ମୀ ମୁତୟନ ରହିବେ । ବିଶେଷକରି ନୋ ଫ୍ଲାଇଙ୍ଗ ଜୋନ ଉପରେ ବିଶେଷ ଆଲୋଚନା ହୋଇଛି l ସର୍ଭିଲାନ୍ସ ସିକ୍ୟୁରିଟି, ଶ୍ରୀମନ୍ଦିର ଭିତରେ ଫୋନ ବ୍ୟବହାର ଉପରେ ମଧ୍ୟ ଆଲୋଚନା କରାଯାଇଛି । ଆଗକୁ ୱାକିଟକି ବ୍ୟବସ୍ଥା ହେବ ବୋଲି କହିଛନ୍ତି ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ ।

ସେହିପରି ଫାୟାର ସେଫଟି ଏବଂ ଇଲେକ୍ଟ୍ରି ସେଫଟି ଉପରେ ବି ବୈଠକରେ ଫୋକସ ଦିଆଯାଇଥିଲା । ପୂର୍ବତନ ସିଏଜି ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଗିରୀଶ ମୁର୍ମୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସବ କମିଟିର ଅନ୍ୟ ୮ ସଦସ୍ୟ ଉପସ୍ଥିତ ଥିଲେ ।



💬 Leave a Comment

🗨️ Approved Comments

No comments yet.

🔗 Share this article: