🗂 Politics | 🕒 14 Oct 2025, 16:41 IST
ପୁରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପୁରୀ ଗସ୍ତକୁ ବିରୋଧ କଳାପତାକା ଦେଖାଇବା ପାଇଁ ପ୍ରସ୍ତୁତି ସମୟରେ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୁଲିସ। ଏସ୍ଇ ପରୀକ୍ଷାରେ ଦୁର୍ନୀତିଠାରୁ ଆରମ୍ଭ କରି ପୁରୀ ସହରର ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲିବା, ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ଅସୁରକ୍ଷିତ, ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଅଧ୍ୟାପକଙ୍କ ଅଭାବ, ପୁରାତନ ଶିକ୍ଷାନୁଷ୍ଠାନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ, ଛାତ୍ରଛାତ୍ରୀଙ୍କ ନିଯୁକ୍ତି ପେପର ଲିକ୍, ୩୦୦ ୟୁନିଟ୍ ବିଜୁଳି ମାଗଣା ପ୍ରତିଶ୍ରୁତି ଫେଲ୍, ଉଠାଦୋକାନୀଙ୍କ ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ ପାଇଁ ଛାତ୍ର ଓ ଯୁବ କଂଗ୍ରେସ ପ୍ରସ୍ତୁତି କରିଥିବାବେଳେ ପୁଲିସ ସେମାନଙ୍କୁ ଜୋରଜବରଦସ୍ତ ଧରି ନେଇଥିଲା । ବଡ଼ଶଙ୍ଖ, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ନିକଟ ଏବଂ ସର୍କିଟ୍ ହାଉସ୍ ପରିସରରୁ ଛାତ୍ର କଂଗ୍ରେସ ଏବଂ ଯୁବ କଂଗ୍ରେସ କର୍ମୀମାନଙ୍କୁ ଉଠାଇ ନେଇଥିଲା ପୁଲିସ ଏହି ସମୟରେ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ |
ନେତୃତ୍ବରେ ବିରୋଧବେଳେ କଂଗ୍ରେସ କର୍ମୀଙ୍କୁ ବଡ଼ଶଙ୍ଖଠାରୁ ପୁଲିସ ଉଠାଇଥିଲା | ପୁରୀ ବିଧାନସଭା କ୍ଷେତ୍ରୀୟ ଯୁବ କଂଗ୍ରେସ ସଭାପତି ମନୋଜ ମଣ୍ଡଳ, ଅଭିଷେକ ଦାଶ, କୁନୁ ବାରିକ, ଓମ୍ପ୍ରକାଶ ପାଣି, ସମ୍ବିତ ବେହେରା, ଅନିଲ ବେହେରା, ସନ୍ତୋଷ ବରାଳଙ୍କ ସହ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜଗଦୀଶ ରାଉତ,
ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ସାହିଲ ମହାନ୍ତି, ଜିଲ୍ଲା ଛାତ୍ର ନେତା ହେମନ୍ତ ପ୍ରଧାନ, ଅସ୍ମିତ ବରାଳ, ବାଦଲ ବାରିକ, ବାସୁଦେବ ଷଡ଼ଙ୍ଗୀଙ୍କ ସହ ଅନେକ ଛାତ୍ର କଂଗ୍ରେସ କର୍ମୀଙ୍କୁ ମେଡିକାଲ ଛକଠାରୁ ଉଠାଇ ନେଇଥିଲା ପୁଲିସ। ସେହିପରି ବହୁ ଛାତ୍ର କର୍ମୀଙ୍କୁ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ନିକଟ ଏବଂ ସର୍କିଟ ହାଉସ୍ରୁ ନେଇ ପୁଲିସ ସମସ୍ତଙ୍କୁ ଅବକାଶରେ ରଖୁଥିଲା I ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଯିବା ପରେ ପୁଲିସ ସେମାନଙ୍କୁ ଛାଡ଼ିଥିଲା I
No comments yet.