🗂 Art & Culture | 🕒 15 Oct 2025, 21:32 IST
ପୁରୀ ଚଳିତ ବର୍ଷ ଦୀପାବଳୀ ଉତ୍ସବ ପାଳନ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତସଭା ଦ୍ବାରା ସଂଶୋଧିତ ହୋଇଥିବା ପାଞ୍ଜି ଗୁଡିକରେ ଅକ୍ଟୋବର ୨୦ ତାରିଖ ସୋମବାର ବୋଲି ପ୍ରାଞ୍ଜଳଭାବରେ ଉଲ୍ଲେଖଅଛି । କିନ୍ତୁ ମୁକ୍ତିଣ୍ଡପ ପଣ୍ଡିତ ସଭାର ବହିଷ୍କୃତ ସଦସ୍ୟ ନିଜକୁ ଆତ୍ମଘୋଷିତ ଜ୍ୟୋର୍ତିବିତ ବୋଲାଇ କେତେକ ପ୍ରିଣ୍ଟ ମିଡିଆ ଓ ଗଣମାଧ୍ୟମରେ ଦୀପାବଳୀ ତଥା ଦୀପଦାନ ଶ୍ରାଦ୍ଧକୁ ଅକ୍ଟୋବର ୨୧ ତାରିଖ ମଙ୍ଗବାର ଦିନ କରିବା ପାଇଁ ପ୍ରଚାର କରୁଅଛନ୍ତି । ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉ ଅଛିଯେ, ଅସନ୍ତା ଅକ୍ଟୋବର ୨୦ ତାରିଖ ସୋମବାର ଦୀପଦାନ ଶ୍ରାଦ୍ଧ କରାଯିବା ଶାସ୍ତ୍ରସମ୍ମତ । କାରଣ ତା.୨୧.୧୦.୨୦୨୫ ମଙ୍ଗଳବାର ପ୍ରଦୋଷକୁ ଏକ ଦଶ ଦଣ୍ଡ (୨୪ ମିନିଟ୍) ଅମାବାସ୍ୟା ତିଥି ନାହିଁ । ତେଣୁ ତା.୨୧.୧୦.୨୦୨୫ ମଙ୍ଗଳବାର ଦିନ ଦୀପଦାନ ଶ୍ରାଦ୍ଧ କରା ଯାଇପାରିବ ନାହିଁ I କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର,ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର, ଉପସଭାପତି ଉମାବଳଭ ମହାପାତ୍ର,ଯୁଗ୍ମ ସମ୍ପାଦକ ଲୋକନାଥ ମିଶ୍ର,ସଦସ୍ୟ ପଣ୍ଡିତ ଦୁର୍ଗା ପ୍ରସାଦ ମିଶ୍ର,ରବି ପ୍ରସାଦ ରଥ,ଜଗନ୍ନାଥ ରଥ ,ଜ୍ୟୋତିର୍ବିଦ ନୀଳମାଧଵ ଦାସ,ଜ୍ୟୋତିର୍ବିଦ ଜ୍ୟୋତି ପ୍ରସାଦ ଦାସ
No comments yet.