🗂 Crime | 🕒 16 Oct 2025, 12:13 IST
ପୁରୀ କୃଷ୍ଣପ୍ରସାଦ ଥାନା ନିକଟ ଗାନ୍ଧି ଛକ ବଜାରରେ ବେଆଇନ ବାଣ କାରବାର କରୁଥିବା ଦୁଇ ବେପାରୀଙ୍କୁ ପୁଲିସ୍ ଗିରଫ କରିଛି। ସେମାନେ ହେଲେ ଗଡ଼ଇପିଙ୍ଗ ସାହିର କୈଳାସ ଚନ୍ଦ୍ର ପାତ୍ର (୫୨) ଓ ଅଶେଷ ପାତ୍ର(୪୮)। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବଜାରରେ ବେଆଇନ ବାଣ କାରବାର ହେଉଥିବା ଖବରପାଇ ଥାନା ଅଧିକାରୀ ଭାବଗ୍ରାହୀ ରାଉତଙ୍କ ନିର୍ଦ୍ଦେଶରେ ଉପନିରୀକ୍ଷକ ଚନ୍ଦ୍ର ଶେଖର ନାୟକ ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରିଥିଲେ। ଦୁଇ ବେପାରୀଙ୍କୁ ଅଟକ ରଖାଯାଇ ପଚରାଉଚରା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା। ଏନେଇ ଦୁଇଟି ମାମଲା ରୁଜୁ କରାଯାଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି।
No comments yet.