🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଡକାୟତି ଉଦ୍ୟମ ୫ ଗିରଫ - NILACHALA SAMACHAR
Article Image

ଡକାୟତି ଉଦ୍ୟମ ୫ ଗିରଫ

🗂 Crime | 🕒 16 Oct 2025, 12:35 IST



ପୁରୀ ଅର୍ବାନ ହାଟ ନିକଟସ୍ଥ ଗୋଶାଳାର ଅନ୍ଧକାର ସ୍ଥାନରେ ବସି କୌଣସି ଏକ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ୫ ଜଣଙ୍କୁ ସମୁଦ୍ରକୂଳ ଥାନା ପୁଲିସ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ଖଣ୍ଡା, ଦୁଇଟି ଛଡ଼, ଲଙ୍କା ଗୁଣ୍ଡ, ସିଗାରେଟ୍ ଓ ଦିଆସିଲ ଆଦି ଜବତ କରିଛି। ତେଣୁ ଏନେଇ ସମୁଦ୍ରକୂଳ ଥାନା ପୁଲିସ ୩୦୧/୨୫ ନମ୍ବରରେ ଏକ ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ପୁଲିସ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ୧୦ରୁ ଅଧିକ ମାମଲା ରହିଥିବା ପୁଲିସ କହିଛି।


ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ରାତିରେ ସମୁଦ୍ରକୂଳ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ଡକାୟତମାନଙ୍କ ସମ୍ପର୍କରେ ଖବର ପାଇଥିଲା। ତେଣୁ ପୁଲିସ ସେଠାରେ ଚଢ଼ଉ କରି ଘଟଣାସ୍ଥଳରୁ ଚନ୍ଦନପୁର ଥାନା ଅନ୍ତର୍ଗତ ବୀରବଳଭଦ୍ରପୁର ଗାଁର ସୁରେଶ ଦାସ (୩୯), ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ଅଞ୍ଚଳର ରଞ୍ଜନ ବେହେରା (୨୮), ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ଧୋବାଖାଲ ହରଚଣ୍ଡି ନଗରର ଶିବ ରେଡ୍ଡୀ (୨୧), ବାଲିନୋଳିଆ ସାହି ଦେଉଳ ସାହିର ବି. ଶଙ୍କର (୩୦) ଓ ଧୋବାଖାଲ ତାରିଣୀ ବସ୍ତିର କାର୍ତିକ ରାଉତ(୨୦)କୁ ଧରିଥିଲା । କୋର୍ଟଚାଲାଣ କରିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: