🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ପର୍ଯ୍ୟଟକଙ୍କ ଯାତାୟାତ ଓ ପାର୍କିଂ ବ୍ୟବସ୍ଥା ପାଇଁ ସମନ୍ୱୟ ସଭା - NILACHALA SAMACHAR
Article Image

ପର୍ଯ୍ୟଟକଙ୍କ ଯାତାୟାତ ଓ ପାର୍କିଂ ବ୍ୟବସ୍ଥା ପାଇଁ ସମନ୍ୱୟ ସଭା

🗂 Local | 🕒 16 Oct 2025, 16:19 IST


ପୁରୀ ପବିତ୍ର କାର୍ତ୍ତିକ ମାସରେ ପୁରୀ ସହରକୁ ଅଧିକ ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକ ଆଗମନ ହେବାକୁ ଦୃଷ୍ଟିରେ ରଖି, ଭକ୍ତ ଓ ପର୍ଯ୍ୟଟକଙ୍କ ସୁଗମ ଯାତାୟାତ ବ୍ୟବସ୍ଥା ନିମନ୍ତେ ଏକ ସମନ୍ୱୟ ସଭା ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏସ୍ପି ପ୍ରତୀକ ସିଂହଙ୍କ ଅଧ୍ୟକ୍ଷତାରେ ଏହି ସମନ୍ୱୟ ସଭା ଅନୁଷ୍ଠିତ ହୋଇଥିଲା l ପୁରୀ ସହରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପାର୍କିଂ ସ୍ଥଳ, ବସ୍ ସ୍ଟାଣ୍ଡ ଓ ଅନ୍ୟାନ୍ୟ ପ୍ରବେଶ ସ୍ଥଳରୁ ସହଜ ଯାତାୟାତ ବ୍ୟବସ୍ଥା କେମିତି କରାଯାଇପାରିବ, ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନାରେ ଅଟୋ ଓ ବସ୍ ସେବା ପାଇଁ ନିର୍ଦ୍ଧାରିତ ଭଡ଼ା ତାଲିକା ପ୍ରସ୍ତୁତ କରି ଅଧିକ ଦର ନେବାକୁ ନିଷେଧ କରିବା । ପର୍ଯ୍ୟଟକ ଯାତାୟାତ ଯାନବାହନଙ୍କ ସଠିକ କାଗଜପତ୍ର ଓ ପରିଚୟ ସୁନିଶ୍ଚିତ କରାଯିବା ।ବିଭିନ୍ନ ପ୍ରକାର ଯାନବାହନ ପାଇଁ ନିର୍ଦ୍ଧାରିତ ପାର୍କିଂ ସ୍ଥଳ ନିର୍ଦ୍ଧାରଣ କରିବା l ପର୍ଯ୍ୟଟକ ଓ ଭକ୍ତଙ୍କ ସୁବିଧା ପାଇଁ ପ୍ରମୁଖ ଯାତାୟାତ କେନ୍ଦ୍ରରେ ଲୋଗୋ ଓ ସୂଚନା ଫଳକ ସ୍ଥାପନ କରାଯିବା ନେଇ ଆଲୋଚନା ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ

ସଭାରେ ଇ.ଓ. ପୁରୀ ମ୍ୟୁନିସିପାଲିଟି, ଅତିରିକ୍ତ ପୁଲିସ ଅଧୀକ୍ଷକ ଶ୍ରୀ ସଚିନ ପାଟେଲ, ଆର.ଟି.ଓ., ପୁରୀ, ଡି.ଏସ୍‌.ପି. (ଟ୍ରାଫିକ) ଶ୍ରୀ ରାଜ କୁମାର ଟ୍ରାଫିକ ଆଇ.ଆଇ.ସି. ଶ୍ରୀ ଜୟଦୀପ ମହାନ୍ତି, ଟାଉନ ଆଇ.ଆଇ.ସି. ଶ୍ରୀ ଗୋକୁଳ ରଞ୍ଜନ ଦାସ, ଆର୍.ଆଇ. ଶ୍ରୀ ଚିତ୍ତରଞ୍ଜନ ମହାନ୍ତିଉପସ୍ଥିତ ଥିଲେ l ସମସ୍ତ ଅଧିକାରୀମାନେ ନିୟମିତ ଯାନଚାଳନ, ସୁଚିତ ଯାତାୟାତ ଓ ଲୋକସେବା ମୁଖ୍ୟ ଧ୍ୟେୟ ରହିବା ଉପରେ ଜୋର ଦେଇଥିଲେ l , ଯାହାର ଫଳରେ ଆସନ୍ତା ପର୍ବ ଦିନଗୁଡ଼ିକରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁଗମ ଓ ସୁଖଦ ଅନୁଭବ ହେବ ବୋଲି ଆଶା କରାଯାଉଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: