🗂 Crime | 🕒 16 Oct 2025, 19:01 IST
ପୁରୀ ସଦର ଥାନା ପୁଲିସ ବେଆଇନ କୋରେକ୍ସ ବୋତଲ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଏହି ଥାନା ଅନ୍ତର୍ଗତ କାଶୀ ଜଗନ୍ନାଥପୁର ଶିଅଳ ସାହିର ଟିକି ଓରଫ ସୁକାନ୍ତ ଭୋଇ l ଅଭିଯୁକ୍ତ ବେଆଇନ ଭାବେ ଏସକଫ ସିରଫ କୋରେକ୍ସ କରାବାର କରୁଥିବା ନେଇ ପୁଲିସ ଚଢ଼ାଉ କରିଥିଲା l ଅଭିଯୁକ୍ତକୁ ଗିରଫ କରିବା ସହ ତା ନିକଟରୁ ୪୮ଟି କୋରେକ୍ସ ବୋତଲ ଜବତ କରିଥିଲା l ପରେ ୬୨୧/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି l
No comments yet.