🗂 Local | 🕒 16 Oct 2025, 19:12 IST
ପୁରୀ ନରେନ୍ଦ୍ର କୋଣ ସ୍ଥିତ ଉତ୍କଳ ବାଳାଶ୍ରମରୁ ନିଖୋଜ ୫ଜଣ ନାବାଳଙ୍କୁ ଉଦ୍ଧାର କରିଛି ପୁଲିସ l ନାବାଳକ ନିଖୋଜ ନେଇ ଗତ ୭ତାରିଖରେ ସାରଙ୍ଗ ମହାପାତ୍ର କୁମ୍ଭାରପଡା ଥାନାରେ ଜଣାଇଥିଲେ l ଥାନାରେ ୪୬୭/୨୦୨୫ ନମ୍ବର. ମାମଲା ରୁଜୁ କରାଯାଇଥିଲା l ପୁଲିସ ତଦନ୍ତ ଆରମ୍ଭ କରି ସିସିଟିଭି ଯାଞ୍ଚ କରିଥିଲେ l ଉକ୍ତ ୫ଜଣ ନାବାଳକ ବାଳାଶ୍ରମ କାନ୍ଥ ଡେଇଁ କେଉଁ ଆଡେ ପଳାଇ ଯାଇଥିବା ଜଣାପଡିଥିଲା l ପରେ ପୁଲିସ ଉକ୍ତ ୫ଜଣ ନାବାଳକ କୁ ବିଜୟାନଗରମ (ଆନ୍ଧ୍ରପ୍ରଦେଶ) ରେଲୱେ ଷ୍ଟେସନ ରୁ ଉଦ୍ଧାର କରାଯାଇଥିଲା l ଉଦ୍ଧାର ନାବାଳକଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରଯାଇଥିଲା I ପାଞ୍ଚ ଜଣ ନାବାଳକଙ୍କ ନାମ ହେଲା ଅଶୋକ ଲୋହାର 11, ଗଣେଶ ସରଦାର 8,ମନୁ ନାଇକ 8, ନିରଜ ସିଂହ ଭୋମଜି 5,ସମୀର ପରମାଣିକ 15 l ସମସ୍ତେ ଝାଡଖଣ୍ଡର ବୋଲି ଜଣାଯାଇଛି l
No comments yet.