🗂 Local | 🕒 16 Oct 2025, 20:06 IST
ପୁରୀ ଶ୍ରୀମନ୍ଦିର ଭିତରେ ପଡି ଆହତ ହବିଷ୍ୟାଳୀ ଙ୍କୁ ଜିଲ୍ଲା ଚିକିତ୍ସାଳୟରେ ସାକ୍ଷାତ କରିଛନ୍ତି ଏସପି ପ୍ରତୀକ ସିଂ l ଶ୍ରୀ ସିଂ ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝୁଥିଲେ l ହବିଷ୍ୟାଳି ଜଣକ ଆଜି ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ୱ ମନ୍ଦିର ଦର୍ଶନ କରୁଥିବା ସମୟରେ ଭାରସାମ୍ୟ ହରାଇ ପଡିଯାଇଥିଲେ l ଫଳରେ ତାଙ୍କ ପାଦରେ ଆଘାତ ଲାଗିଥିଲା l ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ଏସପି ଶ୍ରୀ ସିଂ ଚିକିତ୍ସାଳୟ ଯାଇ ସାକ୍ଷାତ କରିବା ସହ ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।
No comments yet.