🗂 Crime | 🕒 17 Oct 2025, 21:18 IST
ପୁରୀ ଶ୍ରୀମନ୍ଦିର ଗରୁଡସ୍ତମ୍ଭ ନିକଟରେ ଧକ୍କା ମାରି ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଲୁଟ କରିବା ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତର ପରିଚୟ ଛତିଶଗଡ଼ ରାୟପୁର ଜିଲ୍ଲାର ରାଜେଶ ବର୍ମା ୩୦ l ଅଭିଯୁକ୍ତ ନିକଟରୁ ଲୁଟ ଜିନିଷ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଖୋର୍ଦ୍ଧା ଜିଲ୍ଲାର ଶରତ କୁମାର ମହାପାତ୍ର ୫୭ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିଲେ l ଗରୁଡ଼ସ୍ତମ୍ଭ ନିକଟରେ ଥିବା ବେଳେ ଅଭିଯୁକ୍ତ ତାଙ୍କୁ ଧକ୍କା ମାରି ତାଙ୍କ ନିକଟରୁ ୮୦୦୦ ଟଙ୍କା ଓ ପରିଚୟ ପତ୍ର ଲୁଟ କରିଥିଲା l ସେଠାରେ ଅଭିଯୁକ୍ତକୁ କାବୁ କରାଯାଇ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ଜିମା ଦିଆଯାଇଥିଲା l ଏନେଇ ଶ୍ରୀ ମହାପାତ୍ର ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୧୮୭/୨୦୨୫ ନମ୍ବର ମାମଲା ରୁଜୁକରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.