🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ସଦର ପୁଲିସ ଦ୍ୱାରା ବିପୁଳ ବାଣ ଜବତ, ଜଣେ ଗିରଫ - NILACHALA SAMACHAR
Article Image

ସଦର ପୁଲିସ ଦ୍ୱାରା ବିପୁଳ ବାଣ ଜବତ, ଜଣେ ଗିରଫ

🗂 Crime | 🕒 18 Oct 2025, 12:05 IST


ପୁରୀ ଆଗକୁ ଦୀପାବଳି l ଦୀପାବଳି ଉପଲକ୍ଷେ ଆତସ ବାଜିରେ ସହର ଶବ୍ଦ ମୟ ହେବେ l ବାଣ ଫୁଟାଇବା ବେଳେ ଅଘଟଣକୁ ଏଡାଇବା ପାଇଁ ସହରରେ ପୁଲିସ ପକ୍ଷରୁ କଟକଣା ଜାରି ହୋଇଛି l ଏଥିସହ ବେଆଇନ ବାଣ କାରବାର ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିସ୍ଫୋରଣ ବାଣ ଜବତ କରାଯାଉଛି l ଶୁକ୍ରବାର ସଦର ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା l ଆଇଆଇସି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ବାଲିଘାଇ ପୁଲିସ ବିଟ ହାଉସ ଅଧିକାରୀ ଶିଶିର କୁମାର ମହାନ୍ତିଙ୍କ ଓ ଅନ୍ୟ ଷ୍ଟାଫ ଙ୍କ ଦ୍ୱାରା ଚଢ଼ାଉ କରାଯାଇ ବାଣ ଜବତ କରାଯାଇଛି l ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମରେ ଚଢ଼ାଉ କରାଯାଇ ବେଆଇନ ଆତସବାଜି ରଖିବା ଓ ବିକ୍ରୟ ପାଇଁ ସଞ୍ଚୟ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା l ଅଭିଯୁକ୍ତ ଜଣକ କଣ୍ଠପୁରର ମୋହନ ମହାରଣା l ଅଭିଯୁକ୍ତ ନିକଟରୁ ସ୍କାଇ ଶଟ 60ଟି, ଗନପାଉଡର 5 କି.ଗ୍ରା., ଜୁଟ ରସି 8 ବଣ୍ଡିଲ୍, ପ୍ଲାଷ୍ଟିକ ଫ୍ଲାଟ ବାକେଟ 2ଟି ଜବତ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: