🗂 Crime | 🕒 18 Oct 2025, 13:08 IST
ପୁରୀ ଆକ୍ରମଣ କରି ଟଙ୍କା ଦାବି କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ବଳିଆପଣ୍ଡା ଦୁଲଣସାହିର କୁଲୁ ଓରଫ କୁଳଦୀପ ସାହୁ ୩୦ l ଅଭିଯୁକ୍ତ ନିକଟରୁ ଏକ ଲୁହାର ହେମଦସ୍ତା ପୁଆ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ବଳିଆପଣ୍ଡା ଦୁଲଣସାହିର ବିଶ୍ୱନାଥ ମଲ୍ଲିକ ଶୁକ୍ରବାର ପୂର୍ବାହ୍ନରେ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ବାପା କରୁଣାକର ମଲ୍ଲିକ ଘର ସମ୍ମୁଖରେ ବସିଥିବା ବେଳେ ଅଭିଯୁକ୍ତ କୁଲୁ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା l ଏହି ସମୟରେ ବିଶ୍ୱନାଥ ଆସିଥିଲେ l ବିଶ୍ୱନାଥ ପ୍ରତିବାଦ କରିବାରୁ ଅଭିଯୁକ୍ତ ଏକ ଲୁହାର ହେମଦସ୍ଥା ପୁଆରେ ଆକ୍ରମଣ କରିଥିଲା l ଏଥିସହ ୫୦୦ଟଙ୍କା ଦାବି କରିଥିଲା l ଏନେଇ ବିଶ୍ୱନାଥଙ୍କ ଅଭିଯୋଗ ପରେ ଥାନାରେ ୨୦୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା l
No comments yet.