🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ବେଆଇନ୍ ବାଣ ତିଆରି ଅଭିଯୋଗରେ ଜଣେ ଗିରଫ - NILACHALA SAMACHAR
Article Image

ବେଆଇନ୍ ବାଣ ତିଆରି ଅଭିଯୋଗରେ ଜଣେ ଗିରଫ

🗂 Crime | 🕒 18 Oct 2025, 22:28 IST


ପୁରୀ ବେଆଇନ୍ ବାଣ ତିଆରି କରିବା ଅଭିଯୋଗରେ ସଦର ଥାନା ପୁଲିସ ଜଣକୁ ଗିରଫ କରିଛି l ଅଭିଯୁକ୍ତ ଜଣକ ଏହି ଥାନା ଅନ୍ତର୍ଗତ ନରହରିପୁରର ଶ୍ରୀକାନ୍ତ ମିଶ୍ର l ଅଭିଯୁକ୍ତ ନିକଟରୁ ୬ ବସ୍ତା ବାଡିଆ ବମ୍ ଜବତ କରିଛି ପୁଲିସ l ଅଭିଯୁକ୍ତ ଜଣକ ନିଜ ବଗିଚାରେ ବେଆଇନ୍ ବାଣ ତିଆରି କରୁଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା l ଉକ୍ତ ଖବର ଅନୁଯାୟୀ ସଦରଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଅନ୍ୟ ଷ୍ଟାଫଙ୍କ ସହ ଅଚାନକ ଚଢାଉ କରିଥିଲେ l ଘଟଣା ସ୍ଥଳରୁ ଅଭିଯୁକ୍ତ କୁ ଗିରଫ କରାଯିବା ସହ ବାଣ ଜବତ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: