🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଜୁଆ ଆଡ୍ଡାରେ ଚଢ଼ାଉ, ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ, ମାଷ୍ଟର ମାଇଣ୍ଡ ଜଟିଆ ଫେରାର - NILACHALA SAMACHAR
Article Image

ଜୁଆ ଆଡ୍ଡାରେ ଚଢ଼ାଉ, ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ, ମାଷ୍ଟର ମାଇଣ୍ଡ ଜଟିଆ ଫେରାର

🗂 Crime | 🕒 20 Oct 2025, 00:14 IST

 

ପୁରୀ ଖଡ଼ିପଦା ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୪ଜଣକୁ ଗିରଫ କରିଛି ସଦର ଥାନା ପୁଲିସ l ଜୁଆଆଡ୍ଡାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜଟିଆ ଓରଫ ସୋମନାଥ ରାଉତ ଫେରାର ହୋଇଯାଇଛି l ଜୁଆଆଡ୍ଡାରୁ ୭ଲକ୍ଷ ୭୧ହଜାର ୬ଶହ ଟଙ୍କା, ୧୨ପ୍ୟାକେଟ ପ୍ଲେଇଙ୍ଗ କାର୍ଡ, ଓଡି ୧୩ୟାଇ ୩୬୬୬ ଏବଂ ଓଡି ୩୩ଏପି ୩୮୦୩ ନମ୍ବର ବିଶିଷ୍ଟ ୨ଟି କାର ଓ ୬ଟି ବାଇକ ଜବତ କରିଛି ପୁଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ଖଡ଼ିପଦା ଗ୍ରାମର ମାନସ ପ୍ରଧାନ ୪୧, ଅମିତ କୁମାର ସାହୁ ୩୮, ଧ୍ରୁବ ଲୋଚନ ବଳିଆରସିଂହ ୨୬, ମାର୍କଣ୍ଡେଶ୍ୱର ସାହିର ବିଜୟ କୁମାର ସ୍ୱାଇଁ ୪୨, ଗୌଡ଼ବାଡ଼ ସାହିର ପ୍ରମୋଦ ବରାଳ ୪୩, ପବିତ୍ର ମଲ୍ଲିକ ୩୨, ଚନ୍ଦନପୁର ଦାମୋଦର ପୁରର ପ୍ରମୋଦ କୁମାର ମହାନ୍ତି ୫୦, କୁମ୍ଭାରପଡା ଥାନା ଅନ୍ତର୍ଗତ ଗୋପବନ୍ଧୁ ଲେନର ମଧୁସୂଦନ ପ୍ରଧାନ ୪୪, ଗଞ୍ଜାମ ରମ୍ଭା ଥାନା ଅନ୍ତର୍ଗତ ସିପକୁଦାର ପ୍ରସନ କୁମାର ନାୟକ ୪୮, ନୟାଗଡ଼ ଟାଙ୍ଗି ଚାନ୍ଦପୁରର ପିଣ୍ଟୁ ମାଝୀ ୨୨, ପୁରୀ କଣାସର ରାଜେଶ ବେହେରା ୨୩, ବାସେଳୀସାହି ଲୋକନାଥ ରୋଡର ଲକ୍ଷ୍ମୀଧର ବାରିକ ୪୮, ଲୋକନାଥ ଘାଟର ଜଗନ୍ନାଥ ସାହୁ ୩୧ ଓ ଲୋକନାଥ ରୋଡ ହାତୀଶାଳର ପ୍ରଦୀପ୍ତ କୁମାର ଦାଶ ୬୨ l ଏସପି ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ଅପରେସନ ଚକ୍ରକୁ ଜୋରଦାର କରାଯାଇଛି l ଅପରାଧିକ କାର୍ଯ୍ୟକଳାପ ଉପରେ ପୁଲିସ କଡା ପଦକ୍ଷେପ ଗ୍ରହଣ କରୁଛି l ଏହି କ୍ରମରେ ଜୁଆଆଡ୍ଡା ଚାଲୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଖଡ଼ିପଦା ଗ୍ରାମରେ ଗତ ଶନିବାର ଚଢ଼ାଉ କରାଯାଇଥିଲା l ଗ୍ରାମ କୋଠାଘରେ ଚାଲିଥିବା ଜୁଆଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୧୪ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା l ଜୁଆଆଡ୍ଡାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜଟିଆ ଓରଫ ସୋମନାଥ ରାଉତ ଫେରାର ହୋଇଯାଇଥିଲା l ପରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଓପିଜି ଆକ୍ଟରେ ୬୩୬/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l ଆଗକୁ ଏଭଳି ଚଢ଼ାଉ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି l

💬 Leave a Comment

🗨️ Approved Comments

No comments yet.

🔗 Share this article: