🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
1000 ଦୀପରେ ବାଲୁକା କଳା, ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - NILACHALA SAMACHAR
Article Image

1000 ଦୀପରେ ବାଲୁକା କଳା, ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

🗂 Local | 🕒 20 Oct 2025, 11:47 IST

ପୁରୀ ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଜଳିବ ଦୀପ, ସନ୍ଧ୍ୟା ସମୟରେ ବାଣ ଫୁଟାଇ ଉତ୍ସବ ପାଳନ କରିବେ ଲୋକେ । ଦୀପାବଳିକୁ ନେଇ ପୁରପଲ୍ଲୀ ସବୁ ଉତ୍ସବମୁଖର । ଏହି ଅବସରରେ ବାଲୁକା ଚିତ୍ରକଳାରେ ଦେଶବାସୀଙ୍କୁ ଦୀପାବଳି ପର୍ବ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଦୀପାବଳି ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସବୁ ଆଡ଼େ ଆଲୋକର ପର୍ବ ଦୀପାବଳିକୁ ନେଇ ଖୁସି ଓ ଉତ୍ସାହର ମାହୋଲ୍ । ଏହି ଅବସରରେ ବାଲୁକା ଚିତ୍ରକଳାରେ ପବିତ୍ର ଦୀପାବଳି ଉତ୍ସବର ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ମା’ କାଳୀଙ୍କ ଏକ ବିଶାଳ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ଯେଉଁଥିରେ 1000ରୁ ଊର୍ଦ୍ଧ୍ବ ଦୀପ ଓ 6 ଟନ ବାଲି ବ୍ୟବହାର କରାଯାଇଛି । ଦୀପ ଗୁଡିକ ଅତି ସୁନ୍ଦର ଭାବେ ସଜ୍ଜିତ କରାଯାଇଥିବା ବେଳେ ଲେଖାଯାଇଛି ‘Let Us Rise With Strength Atma Nirbhar Bharat' । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭର ଭାରତ ଆହ୍ବାନକୁ ସଫଳ କରିବାକୁ ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ସେପଟେ ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: