🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ସିଡିଏମଓ ହସ୍ପିଟାଲରେ ପହଞ୍ଚିଥିଲେ।ନିଜେ ନିରାମୟ କେନ୍ଦ୍ର ଯାଇ ପୋଡା ଜଳା ଔଷଧ ଆଣି ଦେଇଥିଲେ । - NILACHALA SAMACHAR
Article Image

ସିଡିଏମଓ ହସ୍ପିଟାଲରେ ପହଞ୍ଚିଥିଲେ।ନିଜେ ନିରାମୟ କେନ୍ଦ୍ର ଯାଇ ପୋଡା ଜଳା ଔଷଧ ଆଣି ଦେଇଥିଲେ ।

🗂 Local | 🕒 21 Oct 2025, 03:25 IST

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ବିକକ ଓ ଅଭାବନୀୟ ଚିତ୍ର।ଦୀପାବଳୀ ରାତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ।ରାଜ୍ୟ ସରକାର ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ କ୍ଷେତ୍ରରେ ସ୍ଥିତି କିନ୍ତୁ ସଂପୂର୍ଣ୍ଣ ଖରାପ ।ସୋମବାର ରାତିରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।ସଦର ମୁଖ୍ୟ ଚିକିତ୍ସାଳୟ ଆଉଟ୍ ଡୋର ବା ଜରୁରୀକାଳୀନ ଚିକିତ୍ସା ବିଭାଗରେ ରାତି ସମୟରେ ୩ ଜଣ ଡାକ୍ତର ଡ୍ୟୁଟି ପାଇଁ ନିୟୋଜିତ ଥିବା ଡ୍ୟୁଟି ଚାର୍ଟ ରେ ଉଲ୍ଲେଖ ରହିଥିଲା।କିନ୍ତୁ ପ୍ରକୃତରେ ଥିଲେ ଜଣେ ମାତ୍ର ଡାକ୍ତର। ବାଣ ପୋଡ଼ି ସହ ବିଭିନ୍ନ ଜରୁରୀକାଳୀନ ଚିକିତ୍ସା ସେବା ପାଇଁ ଅନେକ ଲୋକ ଆସିଥିଲେ ହେଁ ଜଣେ ମାତ୍ର ଡାକ୍ତର ଥିବାରୁ ଚିକିତ୍ସା ସେବା ବାଧା ପ୍ରାପ୍ତ ହୋଇଥିଲା।କେବଳ ଏତିକି ନୁହେଁ ବାଣ ପଡ଼ି ଜଣେ ଯୁବକଙ୍କ ଆଙ୍ଗୁଠି ସାମାନ୍ୟ ପୋଡ଼ି ଯାଇଥିଲା।ଆଉଟ୍ ଡୋର ରେ ଥିବା ଡ଼ାକ୍ତର ତାଙ୍କୁ ଦେଖିବା ପରେ ଔଷଧ ଆଣିବା ପାଇଁ ପରାମର୍ଶ ଦେଇଥିଲେ ।ରୋଗୀଙ୍କ ସମ୍ପର୍କୀୟ ନିରାମୟ କେନ୍ଦ୍ରକୁ ଯାଇଥିଲେ ହେଁ ସେଠାରେ ପୋଡା ପାଇଁ ଔଷଧ ମହଜୁଦ ନଥିବା କହିଥିଲେ।ଏହି ଖବର ଜାଣି ଗଣମାଧ୍ୟମ ପ୍ରତିନିଧି ହସ୍ତକ୍ଷେପ କରିବା ପରେ ମଧ୍ୟ ନିରାମୟ କେନ୍ଦ୍ର କର୍ମଚାରୀ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ।ପୋଡା ଜଳା ପାଇଁ ଔଷଧ ମହଜୁଦ ନଥିବା ସଫେଇ ଦେଇଥିଲେ।ଏହାପରେ ସିଡିଏମଓଙ୍କୁ ଖବର ଦିଆଯାଇଥିଲା।ଅଚାନକ ରାତିରେ ସିଡିଏମଓ ହସ୍ପିଟାଲରେ ପହଞ୍ଚିଥିଲେ।ନିଜେ ନିରାମୟ କେନ୍ଦ୍ର ଯାଇ ପୋଡା ଜଳା ଔଷଧ ଆଣି ଦେଇଥିଲେ ।ଏଠାରେ ପ୍ରଶ୍ନ ଉଠୁଛି ଯଦି ଔଷଧ ମହଜୁଦ ଥିଲା ତେବେ ନିରାମୟ କେନ୍ଦ୍ର କର୍ମଚାରୀ ମନା କଲେ କାହିଁକି ? ସାଧାରଣ ଲୋକଙ୍କୁ ରାତି ଅଧରେ ଏଭଳି ହଇରାଣ କରିବାର ଉଦ୍ଧେଶ୍ୟ କଣ ? ୩ ଜଣ ଡାକ୍ତରଙ୍କ ସ୍ଥାନରେ ଜଣେ ଡାକ୍ତର ଥିଲେ ଆଉ ଦୁଇ ଜଣ ଡାକ୍ତର ଯାଉଥିଲେ କୁଆଡେ ? ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି




💬 Leave a Comment

🗨️ Approved Comments

No comments yet.

🔗 Share this article: