🗂 Crime | 🕒 22 Oct 2025, 02:12 IST
ପୁରୀ ଜିଲ୍ଲାରେ ବେଆଇନ ଜୁଆ ଖେଳରେ ପୋଲିସକୁ ବଡ଼ ସଫଳତା।ମୁଖ୍ୟ ଅଭିଯୁକ୍ତ ଜଟିଆ ଓରଫ ସୋମନାଥ ରାଉତ ଗିରଫ।ଜଟିଆ ଠାରୁ ୭,୭୧,୬୦୦ ଟଙ୍କା,ଜୁଆ ପାଇଁ ବ୍ୟବହୃତ ୧୨ ପ୍ୟାକେଟ୍ କାର୍ଡ ଓ ୬୦ ପ୍ଲାଷ୍ଟିକ୍ ଟୋକେନ୍ ଓ ଇଟି ଚାରିଚକିଆ ଗାଡ଼ି ଜବତ।ପୁରୀ ଜିଲ୍ଲା ପୋଲିସ ଦ୍ୱାରା ବେଆଇନ ଜୁଆ ଖେଳ ବିରୋଧରେ ବିଶେଷ ଅଭିଯାନ “ଅପରେସନ୍ ଚକ୍ର” ଅଧୀନରେ ଜାରି ରହିଛି। ଏହି ଅଭିଯାନରେ ସଦର ଥାନା ପୋଲିସ ୧୮/୧୯ ଅକ୍ଟୋବର ୨୦୨୫ ର ମଧ୍ୟରାତ୍ରିରେ ସୂଚନା ଆଧାରରେ ଖଡିପଦା ଗାଁରେ ଚଢାଉ କରାଯାଇଥିଲା। ପୁରୀ ସଦର ଥାନା କେସ୍ ନମ୍ବର–୬୩୬/୨୦୨୫, ତାରିଖ–୧୯.୧୦.୨୦୨୫, ଧାରା–୩ ଓଡ଼ିଶା ପ୍ରତିଷେଧ ଜୁଆ ଆଇନ (OPG Act) ସହିତ ଧାରା–୪ Prize Chits and Money Circulation Schemes (Banning) Act, ୧୯୭୮ ଅନୁସାରେ ମାମଲା ପଞ୍ଜୀକୃତ ହୋଇଛି।ଚଢାଉ ସମୟରେ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କ ପାଖରୁ ବହୁଳ ପରିମାଣ ଟଙ୍କା ଓ ଅନ୍ୟାନ୍ୟ ପ୍ରମାଣ ଜବତ ହୋଇଛି। ମୁଖ୍ୟ ଅଭିଯୁକ୍ତ ଜଟିଆ ଓରଫ ସୋମନାଥ ରାଉତଫେରାର ଥିଲେ।ଆଜି ସଦର ଥାନା ପୋଲିସ ତାକୁ ଗିରଫ କରିଛି।ବିଶ୍ୱସନୀୟ ସୂଚନା ଆଧାରରେ ସଦର ଥାନା ପୋଲିସ ଦଳ ଖଡିପଦା ଗାଁରେ ଚଢାଉ କରିଥିଲେ।ଯେଉଁଠାରେ ଜଟିଆ ଓରଫ ସୋମନାଥ ରାଉତଙ୍କ ନେତୃତ୍ୱରେ ଅନେକ ଲୋକ ଜୁଆ ଖେଳୁଥିଲେ। ପୋଲିସ ଦଳ ତତ୍କ୍ଷଣାତ୍ କାର୍ଯ୍ୟକ୍ଷେତ୍ରରେ ପହଞ୍ଚି ୧୪ ଜଣଙ୍କୁ ଗିରଫ କରିଥିଲେ।
No comments yet.