🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
୩ ଜଣ କୁଖ୍ୟାତ ପେଷାଦାର ଅପରାଧି ଟାଉନ ଥାନା ପୋଲିସ ଦ୍ୱାରା ଗିରଫ - NILACHALA SAMACHAR
Article Image

୩ ଜଣ କୁଖ୍ୟାତ ପେଷାଦାର ଅପରାଧି ଟାଉନ ଥାନା ପୋଲିସ ଦ୍ୱାରା ଗିରଫ

🗂 Crime | 🕒 23 Oct 2025, 12:15 IST


ପୁରୀ ଅପରେସନ ଚକ୍ର ଅଭିଯାନ ରେ ୩ ଜଣ କୁଖ୍ୟାତ ପେଷାଦାର ଅପରାଧି ଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ସେମାନେ ହେଲେ ମାର୍କେଟ ଛକର ବଳିଆ ଓରଫ ବଳରାମ ସେନାପତି (୨୪), ବାସେଳୀସାହିର ସନ୍ତୁ‌@ ସନ୍ତୋଷ ପଣ୍ଡା (୨୦) ଓ ନୂଆପାଟଣା ଲେନ୍, ମାର୍କଣ୍ଡେଶ୍ୱର ସାହିର ସଞ୍ଚୟ ରାଉତ (୨୧) l ଅଭିଯୁକ୍ତଙ୍କ ନିକଟରୁ ଏକ ଟି ଲୁହା କଟୁରୀ,୧ ଟି ଷ୍ଟିଲ ଛୁରୀ, ୧ ଟି ମୋବାଇଲ୍ ଫୋନ୍ ଓ ୪୯୦ ଟଙ୍କା ଜବତ କରାଯାଇଛି l ନିୟମିତ ଭାବରେ ମାଦକ ଦ୍ରବ୍ୟ ସେବନ କରି କଟୁରୀ ଏବଂ ଛୁରୀ ଦେଖାଇ ଉଠା ଦୋକାନୀ ଓ ଠେଲା ଦୋକାନୀଙ୍କୁ ଭୟଭୀତ କରାଇ ସୋମାନଙ୍କଠାରୁ ଦାଦାବଟି ଆଦାୟ କରିବା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରି ସଙ୍ଗିନ୍ ଅଭିଯୋଗ ରହିଛି ସୋମାନଙ୍କ ନାମରେ। ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଏବଂ ଆଜି ଦିନ ସମୟରେ ଏହିପରି ଦୁଇଟି ପୃଥକ ଘଟଣାରେ ଟାଉନ ଥାନା ପୋଲିସ୍ ନିଜ ତରଫରୁ ଦୁଇଟି ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଧାରୁଆ କଟୁରୀ, ଛୁରୀ, ମୋବାଇଲ ଫୋନ୍ ଏବଂ ବେଆଇନ ଟଙ୍କା ଜବତ କରାଯାଇଛି । ଆଜି ସେମାନଙ୍କୁ ମାନ୍ୟବର ଏସଡ଼ିଜେଏମ୍, ପୁରୀ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଯାମିନି ନାମାଞ୍ଜୁର ହେବିରୁ , ସମସ୍ତ ଅପରାଧି ଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ସମସ୍ତ ଅପରାଧୀଙ୍କ ନାମରେ ପୂର୍ବରୁ ଆକ୍ରମଣ, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: