🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଟଙ୍କା ଚୋରି ଅଭିଯୋଗ, ଜଣେ ଗିରଫ - NILACHALA SAMACHAR
Article Image

ଟଙ୍କା ଚୋରି ଅଭିଯୋଗ, ଜଣେ ଗିରଫ

🗂 Crime | 🕒 23 Oct 2025, 12:23 IST


ପୁରୀ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିର ଛକ ଠାରେ ଏକ ହସ୍ତଶିଳ୍ପ ଦୋକାନରୁ ଟଙ୍କା ଚୋରି କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ଜଣକୁ ଗିରଫ କରି ଜୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ କେନ୍ଦୁଝର ଯୋଡ଼ା ଥାନା ଅଂଚଳର କାଳିଆ ମୁଣ୍ଡ ୨୨ l ଅଭିଯୁକ୍ତ ନିକଟରୁ ୧୦୦୦ଟଙ୍କା ଓ ଛୁରୀ ଜବତ କରିଛି ପୁଲିସ l ଆଜି ସକାଳେ ହସ୍ତଶିଳ୍ପ ଦୋକାନୀ ଅଶୋକ କୁମାର ଦଳାଇ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଆଜି ସକାଳେ ସେ ତାଙ୍କର ଦୋକାନ ଖୋଲା କରି ନିକଟସ୍ଥ ଏକ ଟିଫିନ ଦୋକାନରେ ଟିଫିନ କରୁଥିବା ସମୟରେ ଦୁଇଜଣ ତାଙ୍କ ଦୋକାନକୁ ଆସିଥିଲେ l ଦୋକାନରେ କେହି ନଥିବା ସୁଯୋଗରେ କ୍ୟାସ ବକ୍ସରୁ ୨୫୦୦ଟଙ୍କା ଚୋରି କରି ନେଇ ଫେରାର ହୋଇଥିଲେ l ସେମାନଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ସେମାନେ ଫେରାର ହୋଇଥିଲେ l ପରେ ଏନେଇ ଶ୍ରୀ ଦଳାଇ ୧୧୨କୁ ଯୋଗାଯୋଗ କରିଥିଲେ l ୧୧୨ ପୁଲିସ ଅନୁସନ୍ଧାନ କରି ଜଣକୁ ଧରି ଟାଉନ ଥାନାର ଜିମା ଦେଇଥିଲେ l ଅଭିଯୁକ୍ତ ବିରୁଦ୍ଧରେ ୫୫୯/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: