🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ପୁଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ - NILACHALA SAMACHAR
Article Image

ପୁଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ

🗂 Local | 🕒 23 Oct 2025, 14:03 IST


ପୁରୀ  ଜିଲ୍ଲାରେ ୧୮ ଅକ୍ଟୋବର ରୁ ୧୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସାଇବର ସଚେତନତା ମାସ ଅବସରରେ ବିଭିନ୍ନ ପୁଲିସ ଥାନା ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ଏହି କ୍ରମରେ ଆଜି ବ୍ରହ୍ମଗିରି ଥାନା ଏବଂ ଅରଖକୁଦା ସାମୁଦ୍ରିକ ଥାନା ଅଞ୍ଚଳରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବ୍ରହ୍ମଗିରି ଥାନା ଅଧୀନ ଅଲାରନାଥ ଦେବ କଲେଜରେ ବ୍ରହ୍ମଗିରି ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ୨୦୦ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ବିଷୟରେ ମୂଳଭୂତ ସୂଚନା ଓ ସଚେତନତା ଦିଆଯାଇଛି। ଏହି ସହିତ ଏକ “ସାଇବର ରଥ” ଯାନ ମଧ୍ୟ ବ୍ରହ୍ମଗିରି ଅଞ୍ଚଳରେ ବୁଲି ଲୋକମାନଙ୍କ ମଧ୍ୟରେ ସଚେତନତା ପ୍ରସାର କରିଛି। ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଥିବା ଅରଖକୁଦା ସ୍କୁଲରେ ମଧ୍ୟ ସାଇବର ସଚେତନତା କାର୍ୟକ୍ରମ ଆୟୋଜିତ ହେଇଥିଲା, ଯେଉଁଠାରେ ପ୍ରାୟ ୧୫୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅରଖକୁଦା ଥାନା ଅଧିକାରୀ ନିରଞ୍ଜନ ବେହେରା ଛାତ୍ରଛାତ୍ରୀଙ୍କୁ ସାଇବର ଠକିବା ଓ ଅନଲାଇନ ଠକାମୀ ସହିତ ସଂପର୍କିତ ସଚେତନତା ସୂଚନା ଦେଇଥିଲେ। ଏହି ସାଇବର ସଚେତନତା ମାସର ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ ସାଇବର ଅପରାଧ ଠକାମୀ ଓ ଡିଜିଟାଲ ସୁରକ୍ଷା ବିଷୟରେ ସଚେତନ କରିବା। ଏହା ସହ ଯଦି କୌଣସି ଏହିପରି ସମସ୍ୟା ଆସେ ତେବେ ତୁରନ୍ତ 1930 / 82804 91300 ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: