🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ପୁଣି ମହାପ୍ରଭୁଙ୍କୁ ଅପମାନ ଶାଢୀ ବ୍ଲାଉଜରେ ତିନିଠାକୁରଙ୍କ ଚିତ୍ର। - NILACHALA SAMACHAR
Article Image

ପୁଣି ମହାପ୍ରଭୁଙ୍କୁ ଅପମାନ ଶାଢୀ ବ୍ଲାଉଜରେ ତିନିଠାକୁରଙ୍କ ଚିତ୍ର।

🗂 Local | 🕒 24 Oct 2025, 02:05 IST


ପୁରୀ ଶାଢୀ ବ୍ଲାଉଜରେ ତିନିଠାକୁରଙ୍କ ଚିତ୍ର। ପୁଣି ମହାପ୍ରଭୁଙ୍କୁ ଅପମାନ। ଶାଢୀ ଓ ବ୍ଲାଉଜରେ ଜଗନ୍ନାଥ,, ବଳଭଦ୍ର,, ସୁଭଦ୍ରାଙ୍କ ଚିତ୍ର କରି କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି ସାୟନ୍ତୀ ଘୋଷ୍ ଡିଜାଇନର ଷ୍ଟୁଡିଓ  ନାମକ ଏକ ଆଇଡି। ଏହି ଆଇଡିରେ ଜଗନ୍ନାଥ,, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋ ଚିତ୍ରକୁ ଜଣେ ମହିଳା ଶାଢୀରେ ପରିଧାନ କରିବା ନେଇ ରହିଛି ବିଞ୍ୟାପନ। କୋଲକତାର ଏହି ଆଇଡିଟି ହୋଇଥିବା ସୋସିଆଲ ମିଡିଆରେ ଉଲ୍ଲେଖ ରହିଛି। ତେଣୁ ସରକାର ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି ହୋଇଛି। ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ସୋସିଆଲ ମିଡିଆରୁ ଏହାକୁ ହଟାଇବାକୁ ଦାବି କରିଛନ୍ତି ଆଇନଜୀବୀ ରମେଶ ସିଂ। 


💬 Leave a Comment

🗨️ Approved Comments

No comments yet.

🔗 Share this article: