🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
କୁମ୍ଭାରପଡା ଥାନା ପୁଲିସ ଦ୍ୱାରା ବ୍ରାଉନ ସୁଗାର ଜବତ, ଜଣେ ଗିରଫ - NILACHALA SAMACHAR
Article Image

କୁମ୍ଭାରପଡା ଥାନା ପୁଲିସ ଦ୍ୱାରା ବ୍ରାଉନ ସୁଗାର ଜବତ, ଜଣେ ଗିରଫ

🗂 Crime | 🕒 24 Oct 2025, 18:46 IST


ପୁରୀ ଶ୍ରୀସେତୁ ନିକଟରେ କୁମ୍ଭାରପଡା ଥାନା ପୁଲିସ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ବାସେଳୀସାହି ଥାନା ଅନ୍ତର୍ଗତ ତ୍ରିଦେବ ନଗରର ଦେବ ଓରଫ ଆଶିଷ କୁମାର ରଥ ୨୪ l ଅଭିଯୁକ୍ତ ନିକଟରୁ ୬. ୭୧ଗ୍ରାମ ବ୍ରାଉନ ସୁଗାର,ଗୋଟିଏ ମୋବାଇଲ ଓ ୨୫୦ ଟଙ୍କା ଜବତ କରିଛି ପୁଲିସ l ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଶ୍ରୀସେତୁ ନିକଟରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର କାରବାର କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା l ଥାନା ଏସଆଇ କୁନାଲ କୁମାର ତାଙ୍କର ଅନ୍ୟ ଷ୍ଟାଫଙ୍କ ସହ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ବ୍ରାଉନ ସୁଗାର ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରିଥିଲେ l. ପରେ ଏନଡିପିଏସ ଆକ୍ଟରେ ୪୯୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: