🗂 Crime | 🕒 26 Oct 2025, 16:18 IST
ପୁରୀ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରୁ ଆଲୁମିନିୟମ ସିଡ଼ି ଚୋରି କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳର ରାମ ତରାଇ ୨୮ l ଅଭିଯୁକ୍ତ ନିକଟରୁ ସିଡ଼ି ଜବତ କରାଯାଇଛି l ସିଡ଼ି ଚୋରି ହୋଇଥିବା ନେଇ ଅଗ୍ନିଶମ ସହ ଅଧିକାରୀ ପ୍ରଭାତ କୁମାର ରାଉତ ଗତ ୨୨ତାରିଖରେ ଥାନାରେ ଅଭିଯୋଗ କରିଥିଲେ l ଥାନାରେ ୪୩୪/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.