🗂 Crime | 🕒 27 Oct 2025, 11:41 IST
ପୁରୀ ଅପରାଧ ମୁକ୍ତ ପାଇଁ ସହରରେ ପୁରୀ ପୁଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି l ଅପରେସନ ଚକ୍ର ଅଭିଯାନରେ ଚଢ଼ାଉ କରାଯାଇ ଅପରାଧୀ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି l ଏହି କ୍ରମରେ ଟାଉନ ଥାନା ପୁଲିସ ୩ ଜଣ କୁଖ୍ୟାତ ପେଷାଦାର ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ବଲ୍ଲଭର ମନୋଜ ଭୋଇ(୨୦), ବାଲିସାହୀର ଜଟିଆ@ ମନୋରଞ୍ଜନ ପଣ୍ଡା (୨୮) ଓ ଜଗନ୍ନାଥ ବଲ୍ଲଭରେ ରହୁଥିବା ଯାଜପୁର ଜିଲ୍ଲାର ବନ୍ଧନ ମଲିକ (୨୭) l ଅଭିଯୁକ୍ତ ଙ୍କ ନିକଟରୁ ଏକ ଷ୍ଟିଲଛୁରୀ, ୨ଟି ମୋବାଇଲ୍ ଫୋନ୍ ଓ ୨୪୦ ଟଙ୍କା ଜବତ କରାଯାଇଛି l ଅଭିଯୁକ୍ତ ମାନେ ନିୟମିତ ଭାବରେ ମାଦକ ଦ୍ରବ୍ୟ ସେବନ କରି ଛୁରୀ ଦେଖାଇ ଉଠା ଦୋକାନୀ ଓ ଅଟୋ ଡ୍ରାଇଭରଙ୍କୁ ଭୟଭୀତ କରାଇ ସୋମାନଙ୍କଠାରୁ ଦାଦାବଟି ଆଦାୟ କରିବା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରି ସଙ୍ଗିନ୍ ଅଭିଯୋଗ ରହିଛି ସୋମାନଙ୍କ ନାମରେ। ଭୟରେ କେହି କିଛି ପ୍ରତିବାଦ କରନ୍ତି ନାହିଁ କି ଅଭିଯୋଗ ଦିଅନ୍ତି ନାହିଁ। ଆଜି ଦିନ ସମୟରେ ଟାଉନ ଥାନା ପୋଲିସ ନିଜ ଆଡୁ ଗୋଟିଏ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଛୁରୀ, ମୋବାଇଲ ଫୋନ୍ ଏବଂ ବେଆଇନ ଟଙ୍କା ଜବତ କରାଯାଇଛି । ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଯାମିନି ନାମାଞ୍ଜୁର ହେବିରୁ , ସମସ୍ତ ଅପରାଧି ଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ସମସ୍ତ ଅପରାଧୀଙ୍କ ନାମରେ ପୂର୍ବରୁ ଆକ୍ରମଣ, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି।
No comments yet.