🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
୧୧. ୨୮ଗ୍ରାମ ବ୍ରାଉନ ସୁଗା ଜବତ, ଜଣେ ଗିରଫ - NILACHALA SAMACHAR
Article Image

୧୧. ୨୮ଗ୍ରାମ ବ୍ରାଉନ ସୁଗା ଜବତ, ଜଣେ ଗିରଫ

🗂 Crime | 🕒 30 Oct 2025, 23:55 IST



ପୁରୀ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଟାଉନ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ପାରା ନୋଳିଆସାହିର କାଳୁ ଓରଫ ଅବନୀ ରଞ୍ଜନ ନାୟକ ୩୮ l ଅଭିଯୁକ୍ତ ନିକଟରୁ ୧୧. ୨୮ ଗ୍ରାମ ବ୍ରାଉନ ସୁଗାର, ୨ ହଜାର ୮୦୦ ଟଙ୍କା ଓ ଏକ ମୋବାଇଲ ଜବତ କରାଯାଇଛି l ଅଭିଯୁକ୍ତ ବ୍ରାଉନ ସୁଗାର କାରବାର ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ଅଭିଯୁକ୍ତକୁ ଗିରଫ କରିବା ସହ ବ୍ରାଉନ ସୁଗାର ଜବତ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: