🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଦେଶୀ ମଦ କାରବାର ଅଭିଯୋଗରେ ଜଣେ ଗିରଫ - NILACHALA SAMACHAR
Article Image

ଦେଶୀ ମଦ କାରବାର ଅଭିଯୋଗରେ ଜଣେ ଗିରଫ

🗂 Crime | 🕒 31 Oct 2025, 00:02 IST


ପୁରୀ ବେଆଇନ ରନ୍ଧା ଦେଶୀମଦ କାରବାର କରିବା ଅଭିଯୋଗରେ ବାସେଳୀସାହି ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ମଙ୍ଗଳାଘାଟ ଶ୍ରଦ୍ଧାବିହାରର ବାପି ବେହେରା ୩୯ l ଅଭିଯୁକ୍ତ ନିକଟରୁ ୧୫ଲିଟର ଦେଶମଦ ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ବୁଧବାର ପୁଲିସ ପକ୍ଷରୁ ସନ୍ଧ୍ୟା ପାଟ୍ରୋଲିଂ କରାଯାଉଥିବା ବେଳେ ଅଭିଯୁକ୍ତ ଘର ପଛପଟେ ଦେଶୀମଦ କାରବାର କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା l ପରେ ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ଦେଶୀମଦ ଜବତ କରିଥିଲା l ବେଆଇନ ଦେଶୀମଦ କାରବାର କରିବା ଅଭିଯୋଗରେ ଅଭିଯୁକ୍ତ ବିରୁଦ୍ଧରେ ୨୩୬/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: