🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମାରାଥନ ପଦଯାତ୍ରା - NILACHALA SAMACHAR
Article Image

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମାରାଥନ ପଦଯାତ୍ରା

🗂 Local | 🕒 01 Nov 2025, 15:13 IST

ପୁରୀ ସହରାଞ୍ଚଳର ସମସ୍ତ ଥାନା ପକ୍ଷରୁ ଏକ ମାରାଥନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ପଦଯାତ୍ରାର ଆୟୋଜନ କରାଯାଇଛି। ଆଜି ପୂର୍ବାହ୍ନରେ ଟାଉନ ଥାନା ପକ୍ଷରୁ ସୁଗ୍ରୀମ ମହାବୀରଙ୍କ ମନ୍ଦିରଠାରୁ ଶ୍ରୀମାର୍ଗ ଦେଇ ସତ୍ୟନାରାୟଣ ମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବଡ଼ଦାଣ୍ଡ ଦେଇ ଟାଉନ ଥାନା ପର୍ଯ୍ୟନ୍ତ ଏହି ପଦଯାତ୍ରାରେ ଶତାଧିକ ଯୁବକମାନେ ଯୋଗ ଦେଇଥିଲେ। ଟାଉନ ଥାନା ଆଇଆଇସି ଗୋକୁଳରଞ୍ଜନ ଦାସଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ୟାମ କାହ୍ନା ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଥାନାର ସମସ୍ତ ପଦାଧିକାରୀମାନେ ପରିଚାଳନା କରିଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: