🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଅଟୋ ଚାଳକଙ୍କ ଠାରୁ ମୋବାଇଲ ଲୁଟ, ଯୁବକ ଗିରଫ - NILACHALA SAMACHAR
Article Image

ଅଟୋ ଚାଳକଙ୍କ ଠାରୁ ମୋବାଇଲ ଲୁଟ, ଯୁବକ ଗିରଫ

🗂 Crime | 🕒 01 Nov 2025, 15:33 IST


ପୁରୀ ଅଟୋ ଚାଳକଙ୍କ ଠାରୁ ମୋବାଇଲ ଲୁଟ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ମୋବାଇଲ ଜବତ କରିଛି l ଅଭିଯୁକ୍ତ ଜଣକ ଘୋଡାବଜାରର କାର୍ତ୍ତିକ ନାଏକ ୨୬ l ପୁଲିସ ସୂତ୍ରରୁ ପ୍ରକାଶ ଯେ କୁମୁଟି 

ପାଟଣା ସେନାପତି ବଗିଚାର ଅଟୋ ଚାଳକ ପ୍ରଦୀପ ନାୟକ ଗତ ଗୁରୁବାର ରାତ୍ରରେ ତାଙ୍କର ଅଟୋ ନେଇ ବଡଶଙ୍ଖ ଆଡେ ଯାଉଥିଲେ l ଅଭିଯୁକ୍ତ ତାଙ୍କ ଅଟୋ ଅଟକାଇ ଭଡାରେ ଘୋଡାବଜାରରେ ଛାଡିବା ପାଇଁ କହିଥିଲା l ପ୍ରଦୀପ ଅଭିଯୁକ୍ତକୁ ଅଟୋରେ ନେଇ ଘୋଡାବଜାର ଯାଇଥିଲେ l ସେଠାରେ ଅଭିଯୁକ୍ତ ପ୍ରଦୀପଙ୍କ ଠାରୁ ମୋବାଇଲ ଲୁଟ କରି ଫେରାର ହୋଇଥିଲା l ଏନେଇ ପ୍ରଦୀପ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୫୦୯/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ମୋବାଇଲ ଜବତ କରାଯାଇଥିଲା l ଅଭିଯୁକ୍ତକୁ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା l ଅଭିଯୁକ୍ତ ବିରୁଦ୍ଧରେ ପୂର୍ବରୁ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ନେଇ ପୁଲିସ ସୂତ୍ରରୁ ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: