🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଗଞ୍ଜେଇ ଜବତ, ଜଣେ ଗିରଫ ଅଠରନଳା ବାନାମ୍ବର ଛକ ନିକଟରୁ - NILACHALA SAMACHAR
Article Image

ଗଞ୍ଜେଇ ଜବତ, ଜଣେ ଗିରଫ ଅଠରନଳା ବାନାମ୍ବର ଛକ ନିକଟରୁ

🗂 Crime | 🕒 01 Nov 2025, 15:44 IST


ପୁରୀ ଅଠରନଳା ବାନାମ୍ବର ଛକ ନିକଟରୁ କୁମ୍ଭାରପଡା ଥାନା ପୁଲିସ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତର ପରିଚୟ ଚନ୍ଦନପୁର ଥାନା ଅନ୍ତର୍ଗତ ସମଜାଜପୁରର ବଳଭଦ୍ର ସାହୁ ୨୮ l ଅଭିଯୁକ୍ତ ନିକଟରୁ ୧କେଜି ୫୩୫ଗ୍ରାମ ଗଞ୍ଜେଇ ଜବତ କରାଯାଇଛି l ଶୁକ୍ରବାର ପୂର୍ବାହ୍ନରେ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ଅଠରନଳା ବାନାମ୍ବର ଛକ ଠାରେ ଅଭିଯୁକ୍ତ ଏକ ଜରିବ୍ୟାଗରେ ଗଞ୍ଜେଇ ଧରି ଛିଡା ହୋଇଥିବା ବେଳେ ଧରାପଡ଼ିଥିଲା l ଅଭିଯୁକ୍ତ ବିରୁଦ୍ଧରେ ଏନଡି ପିଏସ ଆକ୍ଟରେ ୫୧୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: