🗂 Local | 🕒 01 Nov 2025, 17:39 IST
ପୁରୀ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷୀ ଗୋପାଳ ମନ୍ଦିର ରେ ଆଜି ଅଁଳା ନବମୀ ପାଳିତ ହୋଇଥିଲା।ବର୍ଷକରେ ଗୋଟିଏ ଦିନ ଶ୍ରୀ ଗୋପୀନାଥ ଙ୍କ ସହ ରାଧାରାଣୀ ଙ୍କ ପାଦ ଦର୍ଶନ ର ସୁଯୋଗ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏହାର ସୁବିଧା ନେଇଥିଲେ।ଯାତ୍ରା ଓ ଦର୍ଶନ କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ।ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ତଥା ହଜିବା ଖୋଜିବା କେନ୍ଦ୍ର ର ବ୍ୟବସ୍ଥା କରାଯାଇଥିଲା।ଯାହା ଦ୍ଵାରା ଗହଳିରେ ହଜୁଥିବା ଲୋକ ମାନଙ୍କୁ ସେମାନଙ୍କ ପରିବାର ସହ ମିଳିବାର ସୁବିଧା କରାଯାଇଥିଲା।ଲୋକ ମାନଙ୍କୁ ବିଭିନ୍ନ ସତର୍କତା ମୂଳକ ଓ ସଚେତନତା ସୂଚନା ପ୍ରଦାନ କରାଯାଇଥିଲା।ଅଁଳା ନବମୀ ଓ ରାଧା ପାଦ ଦର୍ଶନ ର ମହିମା, ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରବଚନ ପ୍ରଦାନ କରାଯାଇଥିଲା।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଓ ଭଜନ ପୁସ୍ତକର ବିକ୍ରୟ କରାଯାଇଥିଲା।ତତ ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଏକ ଫଟୋ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା।
No comments yet.