🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ବନ୍ଧା ହେଲେ ୪ ନକଲି ଗୁମାସ୍ତା - NILACHALA SAMACHAR
Article Image

ବନ୍ଧା ହେଲେ ୪ ନକଲି ଗୁମାସ୍ତା

🗂 Crime | 🕒 02 Nov 2025, 16:06 IST



ପୁରୀ ପୁଣି ୪ ନକଲି ଗୁମାସ୍ତାଙ୍କୁ ଗିରଫ କରିଛି ସିଂହଦ୍ଵାର ଥାନା ପୁଲିସ। ସେମାନେ ହେଲେ ପେଣ୍ଠକଟା ମେରାଇନ ଥାନା ଅଧୀନ ବାଲିଘାଟର ପ୍ରଭାତ କୁମାର ଦାସ (୨୭), ବାସେଳିସାହି ଥାନା ଅଞ୍ଚଳର ଜ୍ଞାନରଞ୍ଜନ ପୁରୋହିତ (୨୯), ମିଶ୍ରସାହି ଜଗନ୍ନାଥବସ୍ତିର ସଂଗ୍ରାମ ମହାନ୍ତି (୩୦) ଓ ଲୋକନାଥରୋଡର ଅଂଶୁ ଜେନା (୧୯)। ଏମାନଙ୍କଠାରୁ ୮୧୦ ଟଙ୍କା ଜବତ କରାଯାଇଛି।


ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁଙ୍କ କହିବାନୁଯାୟୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଠାକୁରଙ୍କୁ ଶୀଘ୍ର ଦର୍ଶନ ଲାଗି ଏମାନେ ପରିକ୍ରମା ମାର୍ଗ ଓ

ସିଂହଦ୍ଵାରରେ ନିଜକୁ ଗୁମାସ୍ତା ବୋଲି ପରିଚୟ ଦେଇ ଶ୍ରଦ୍ଧାଳୁଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ । ଏନେଇ ବିଶେଷ ସୂତ୍ରରୁ ଖବର ପiଇ ସିଂହଦ୍ଵାର ପୁଲିସର ଏକ ଟିମ୍ ଚଢ଼ଉ କରି ୪ଜଣ ନକଲି ଗୁମାସ୍ତାକୁ ଠାବ କରିଥିଲା । ସେମାନଙ୍କୁ ଯାଞ୍ଚ ପରେ ନକଲି ଗୁମାସ୍ତା ବୋଲି ଜଣାପଡ଼ିଥିଲା। ସେମାନଙ୍କ ନାମରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଗିରଫ କରିଛି। ପୂର୍ବରୁ ଟାଉନ୍ ଥାନା ପୁଲିସ ୧୪ରୁ ଉର୍ଦ୍ଧ ନକଲି ଗୁମାସ୍ତାକୁ ଗିରଫ କରିଥିଲା। ଏହା ସତ୍ତ୍ୱେ ଶ୍ରୀମନ୍ଦିରରେ ନକଲି ଗୁମାସ୍ତାଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନାହିଁ। ଏବେ ନକଲି ଗୁମାସ୍ତା ଶ୍ରୀମନ୍ଦିର ଲାଗି ଅଡୁଆ ହୋଇଛନ୍ତି ବୋଲି ସିଂହଦ୍ଵାରରେ ଜୋର ଚର୍ଚ୍ଚା ଧରିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: