🗂 Local | 🕒 04 Nov 2025, 23:05 IST
ପୁରୀ ଭିଜିଲାନ୍ସ ଜାଲରେ ପିପିଲି ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ବନ୍ତାଲସିଂର ରାଜସ୍ୱ ନିରୀକ୍ଷକ (ଆରଆଇ) ଜୀବନ କୃଷ୍ଣ ପରିଡା l ଶ୍ରୀ ପରିଡା ପ୍ଲଟର ମ୍ୟୁଟେସନ୍ ମାମଲାରେ ଅଭିଯୋଗକାରୀଙ୍କ ଠାରୁ ୬୦ହଜାର ଟଙ୍କା ଲାଞ୍ଚ ଦାବି କରି ନେବା ସମୟରେ ଭିଜିଲାନ୍ସ ମାଡ଼ିବସିଥିଲା l ଆରଆଇ ଶ୍ରୀ ପରିଡା ପ୍ରଥମେ ପ୍ରତ୍ୟେକ ମ୍ୟୁଟେସନ୍ ମାମଲାର ୧୫ହଜାର ଟଙ୍କା ୬ଟିର ୯୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ l ଲାଞ୍ଚ ନଦେଲେ ଆବେଦନ ପ୍ରକ୍ରିୟାକରଣ କରିବାକୁ ମନା କରିଥିଲେ। ଅଭିଯୋଗକାରୀ ଅନୁରୋଧ କରିଥିଲେ ମଧ୍ୟ ଶ୍ରୀ ପରିଡା କିଛି ଶୁଣିନଥିଲେ l ଏନେଇ ଅଭିଯୋଗକାରୀ ଭିଜିଲାନସକୁ ଜଣାଇବା ପରେ ଉକ୍ତ ରିପୋର୍ଟ ଉପରେ ଭିଜିଲାନ୍ସ କର୍ତ୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଦଳଜଗିରହିଥିଲା l ଆଜି ଶ୍ରୀ ପରିଡା ଅଭିଯୋଗକାରୀଙ୍କଠାରୁ ୬୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଗିରଫ କରିଥିଲା। ଅଭିଯୁକ୍ତ ଶ୍ରୀ ପରିଡାଙ୍କଠାରୁ ସମସ୍ତ ଦାଗୀ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି l ଏଥିସହ ଶ୍ରୀ ପରିଡାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି l ଭିଜିଲାନ୍ସ ପି.ଏସ୍. ମାମଲା ନଂ. 24 ତାରିଖ 03.11.2025, ପି.ସି. (ସଂଶୋଧନ) ଆଇନ, 2018 ର ଧାରା 7 ଅନୁଯାୟୀ ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ଶ୍ରୀ ପରିଡା, ଆରଆଇଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।
No comments yet.