🗂 Crime | 🕒 06 Nov 2025, 01:05 IST
ପୁରୀ ମଦ୍ୟପାନ କରି ବସ ଚଳାଇବା ଅଭିଯୋଗରେ ଟ୍ରାଫିକ ଥାନା ପୁଲିସ ଡ୍ରାଇଭରକୁ ଗିରଫ କରିଛି l ଡ୍ରାଇଭର ବିରୁଦ୍ଧରେ ୨୩୧/୨୦୨୫ ନମ୍ବର ମାମଲା ରୁଜୁ ହୋଇଛି l ଅଭିଯୁକ୍ତ ଡ୍ରାଇଭର ଜଣକ ମଦନ କୁମାର ସାହୁ ୪୫ ବୋଲି ଜଣାଯାଇଛି l ଡ୍ରାଇଭର ମଦ୍ୟପାନ କରି ଓଡି ୦୨ ଡିବି ୮୧୯୯ ନମ୍ବର ବିଶିଷ୍ଟ ଶାରଳା ନାମରେ ବସ ଚଳାଉଥିଲେ l ବସଟି ପାସେଞ୍ଜର ନେଇ ପୁରୀରୁ ଭୁବନେଶ୍ୱର ଯାଉଥିଲା l ଏହି ସମୟରେ ଟ୍ରାଫିକ ଥାନା ପକ୍ଷରୁ ଏମଭି ଯାଞ୍ଚ କରାଯାଉଥିଲା l ବାନାମ୍ବର ଛକ ନିକଟରେ ବସ ଡ୍ରାଇଭରକୁ ଯାଞ୍ଚ କରାଯାଇଥିଲା l ବସ ଡ୍ରାଇଭର ମଦ୍ୟପାନ କରିଥିବା ନେଇ ଜଣାପଡିଥିଲା l ପରେ ଟ୍ରାଫିକ ଥାନା ପୁଲିସ ଡ୍ରାଇଭରକୁ ଗିରଫ କରିବା ସହ ବସଟିକୁ ଅଟକ ରଖିଥିଲେ l ଏନେଇ ଡ଼ିଏସପି କମ ଇନଚାର୍ଜ ଟ୍ରାଫିକ ଜୟଦୀପ ମହାନ୍ତି ସୂଚନା ଦେଇଥିଲେ l
No comments yet.