🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ପୁଣି ଶ୍ରୀମନ୍ଦିରରୁ ହିଡେନ କ୍ୟାମେରା ଜବତ, ଗର୍ଭଗୃହକୁ ପ୍ରବେଶ ସମୟରେ ଜଣେ ଅଟକ - NILACHALA SAMACHAR
Article Image

ପୁଣି ଶ୍ରୀମନ୍ଦିରରୁ ହିଡେନ କ୍ୟାମେରା ଜବତ, ଗର୍ଭଗୃହକୁ ପ୍ରବେଶ ସମୟରେ ଜଣେ ଅଟକ

🗂 Local | 🕒 07 Nov 2025, 15:57 IST

ପୁରୀ ପୁଣି ଶ୍ରୀମନ୍ଦିର ସୁରକ୍ଷାବ୍ୟବସ୍ଥାରେ ତ୍ରୁଟି । ଶ୍ରୀମନ୍ଦିର ଭିତରୁ ଜବତ ହେଲା ହିଡେନ୍‌ କ୍ୟାମେରା । ଗୁଜୁରାଟର ଜଣେ ଶ୍ରଦ୍ଧାଳୁ ହିଡେନ କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ବେଳେ ତାଙ୍କୁ ଧରିଥିଲେ ଜେଟିପି ଏବଂ ସେବାୟତ । ଯୁବକ ଜଣକ ହେଲେ ଗୁଜୁରାଟ ଅହମ୍ମଦାବାଦର ଭରତ ପାଣ୍ଡିଆ । ତାଙ୍କ ଠାରୁ ହିଡେନ କ୍ୟାମେରା ଲାଗିଥିବା ଚଷମା ଜବତ କରିବା ସହ ପଚରାଉଚରା କରିଛି ପୋଲିସ ।


ଆଜି ଗୁଜୁରାଟ ଅହମ୍ମଦାବାଦର ଭରତ ପାଣ୍ଡିଆ ନାମକ ଜଣେ ଶ୍ରଦ୍ଧାଳୁ ହିଡେନ କ୍ୟାମେରା ନେଇ ଯାଉଥିବା ବେଳେ ଜଗମୋହନ ନିକଟରୁ ସେବାୟତ ଓ ଜେଟିପି ତାଙ୍କୁ ଧରିଥିଲେ । ଶ୍ରଦ୍ଧାଳୁ ଜଣକ ପିନ୍ଧି ଥିବା ଚଷମାରେ ହିଡେନ କ୍ୟାମେରା ଥିବା ନେଇ ସନ୍ଦେହ ହୋଇଥିଲା । ପରେ ଉକ୍ତ ଶ୍ରଦ୍ଧାଳୁଙ୍କୁ ସିଂହଦ୍ଵାର ଥାନାକୁ ହସ୍ତାନ୍ତର କରିଥିଲେ ଜେଟିପି ଏବଂ ସେବାୟତ । ସିଂହଦ୍ଵାର ଥାନା ପୋଲିସ ଭରତ ପାଣ୍ଡିଆଙ୍କ ଠାରୁ ହିଡେନ କ୍ୟାମେରା ଲାଗିଥିବା ଚଷମା କୁ ଜବତ କରିବା ସହ ତାଙ୍କୁ ପୋଲିସ ପକ୍ଷରୁ ପଚରାଉଚରା ମଧ୍ୟ କରାଯାଇଥିଲା ।


ସିଂହଦ୍ଵାର ଥାନା ପୋଲିସ ପକ୍ଷରୁ ପଚରାଉଚରା କରାଯିବା ପରେ ଆଗାମୀ ଦିନରେ ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ତାଙ୍କୁ ଥାନାରୁ ବେଲ ଦିଆଯାଇ ଛାଡ଼ି ଦିଆଯାଇଛି । ସେପଟେ ଶ୍ରୀମନ୍ଦିର ଭିତରୁ କ୍ୟାମେରା ଜବତ ହେଲେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଇନ ନାହିଁ । କେବଳ ଜରିମାନା ଦେବାର ନିୟମ ରହିଛି । ଏଣୁ ରାଜ୍ୟ ସରକାର ଶ୍ରୀମନ୍ଦିର ଆଇନରେ ତୁରନ୍ତ ପରିବର୍ତ୍ତନ କରି ଏଭଳି ବେଆଇନ୍ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ନିୟମ ଆଣିବାକୁ ସାଧାରଣରେ ଦାବି ହୋଇଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: