🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଦାଦାବଟି ନ ଦେବାରୁ ପାର୍କି କର୍ମଚାରୀଙ୍କୁ ଆକ୍ରମଣ - NILACHALA SAMACHAR
Article Image

ଦାଦାବଟି ନ ଦେବାରୁ ପାର୍କି କର୍ମଚାରୀଙ୍କୁ ଆକ୍ରମଣ

🗂 Crime | 🕒 09 Nov 2025, 11:45 IST



ପୁରୀ ଦାଦାବଟି ନ ଦେବାରୁ ପାର୍କି କର୍ମଚାରୀଙ୍କୁ ଆକ୍ରମଣ ମାମଲାରେ ଟାଉନ୍ ଥାନା ପୁଲିସ ୪ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ କୁମ୍ଭାରପଡ଼ା ଥାନା ଅଧୀନ ସଂଗ୍ରାମ କ୍ଲବ୍ ଲେନ୍‌ର ରାଜ କୁମାର ସିଂ ଓରଫ ରାଜୁ (୫୨), ଜଗନ୍ନାଥ ସିଂ ଓରଫ କାର୍ତ୍ତିକ (୨୦ ), ପେଣ୍ଠକଟା ମେରାଇନ ଥାନା ଅଧୀନ ନାଗପାଟଣାର ବିଜୟ କୁମାର ସ୍ବାଇଁ ଓରଫ ଭାଇଜାନ୍ (୪୫) ଓ ତାଳବଣିଆ ଥାନା ଅଧୀନ ସିଦ୍ଧମ ହାବୀର ଭବାନୀ ଶଙ୍କର ବେହେରା ଓରଫ ଗୁଲୁ (୨୫)। ଏମାନଙ୍କଠାରୁ ପୁଲିସ ୧ଟି କାର, ୨ ବାଇକ ଓ ୪ଟି ମୋବାଇଲ ଜବତ କରିଛି। ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାଶଙ୍କ କହିବାନୁଯାୟୀ, ଶୁକ୍ରବାର ରାତି ୧୧ଟା ୪୫ରେ ୪ଜଣ ମିଳିତ ଭାବେଦାୟିତ୍ଵରେ ଥିବା ଦଇତାପଡ଼ା ସାହିର ଅକ୍ଷୟ କୁମାର ସୁବୁଧିଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ପୁଲିସ ପହଞ୍ଚି ସେମାନଙ୍କୁ କାବୁ କରିଥିଲା । ଏନେଇ ଅକ୍ଷୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଶନିବାର ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: