🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ଜରୁରୀ ଏସୟୁଜେ ପୁରୀ ଶାଖାର ଆଂଚଳିକ ସମାବେଶ ଓ ସାଧାରଣ ବୈଠକ - NILACHALA SAMACHAR
Article Image

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ଜରୁରୀ ଏସୟୁଜେ ପୁରୀ ଶାଖାର ଆଂଚଳିକ ସମାବେଶ ଓ ସାଧାରଣ ବୈଠକ

🗂 Local | 🕒 10 Nov 2025, 14:07 IST


ପୁରୀ ଷ୍ଟେଟ ୟୁନିୟନ ଜର୍ଣ୍ଣାଲିଷ୍ଟ ଆସୋସିଏସନ (ଏସୟୁଜେ) ପୁରୀ ଶାଖା ପକ୍ଷରୁ ଏକ ସାଧାରଣ ବୈଠକ ସହ ଆଞ୍ଚଳିକ ସମାବେଶ ଅନୁଷ୍ଠିତ ହୋଇଯାଇଛି l ବଳିଆପଣ୍ଡା ସ୍ଥିତ ଏମଜେଆର ହୋଟେଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସୟୁଜେର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟଅତିଥି ରୂପ ଯୋଗଦାନ କରିଥିଲେ l ଅନ୍ୟତମ ଅତିଥିଭାବେ ଜାତୀୟ ସାମ୍ବାଦିକ ୟୁନିୟନର ସାଂଗଠନିକ ସମ୍ପାଦକ ଡଃ ଚିନ୍ତାମଣି ପାଢ଼ୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶି ଭୂଷଣ ଷଡ଼ଙ୍ଗୀ, ପୁରୀର ଯୁବ ସଂଗଠକ ଜଗନ୍ନାଥ ରାଓ ମଂଚାସୀନ ଥିଲେ l ଅତିଥି ମାନେ ମତବ୍ୟକ୍ତ କରିଥିଲେ ଯେ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଅତ୍ୟନ୍ତ ଜରୁରୀ ଅଟେ l ଏଥିସହ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଓ ଅଣସାମ୍ବାଦିକ କର୍ମଚାରୀଙ୍କୁ ସାମ୍ବାଦିକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରନ୍ତୁ। ସାମ୍ବାଦିକଙ୍କୁ ଭତ୍ତା, ପେନ୍‌ସନ୍. ତୁରନ୍ତ ଲାଗୁ କରିବା ସହ ମୃତ୍ୟୁକାଳୀନ ସହାୟତା ରାଶି ୨୫ ଲକ୍ଷ ଟଙ୍କା, ରାଜଧାନୀରେ ସାମ୍ବାଦିକ ଅତିଥି ଭବନ ନିର୍ମାଣ, ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ସମସ୍ତ ସାମ୍ବାଦିକମାନଙ୍କୁ ସରକାରୀ ସ୍ବୀକୃତି ପ୍ରଦାନ ସହ ସୁବିଧାସୁଯୋଗ ଯୋଗାଇ ଦେବାକୁ ଦାବି କରିଥିଲେ l ଦେଶର ଗଣତନ୍ତ୍ର ବାସ୍ତବରେ ତିନୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ।ଏହି ତିନି ସ୍ତମ୍ବର କାର୍ଯ୍ୟଧାରାକୁ ଚତୁର୍ଥ ସ୍ତମ୍ବର ଆଖ୍ୟା ଦିଆଯାଇଥିବା ଗଣମାଧ୍ୟମ ନୀରିକ୍ଷଣ କରିଥାଏ। ଏବେ ଗଣତାନ୍ତ୍ରିକ ବ୍ୟବସ୍ଥା ବାଟ ହୁଡୁଛୁ। ସର୍ବତ୍ର ବ୍ୟତିକ୍ରମ ପରିଲକ୍ଷିତ ହେଉଛି।ଆଉ ଗଣତନ୍ତ୍ର ର ସୁରକ୍ଷା ନିମନ୍ତେ ଆବଶ୍ୟକ ପଡିଲେ ଗଣମାଧ୍ୟମ ତାର ଲକ୍ଷ୍ମଣ ରେଖା ଅତିକ୍ରମ କରିବାକୁ ବାଧ୍ୟ ହେବ ବୈଠରେ ମତ ପ୍ରକାଶ ପାଇଥିଲା l ଏସୟୁଜେରା ଜିଲ୍ଲା ସଭାପତି ଡକ୍ଟର କେଦାର ନାଥ ସାହୁ ସଭା ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାୟକ ଅତିଥିପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l କଟକ, ଯାଜପୁର, ଜଗସିଂହପୁର, କେନ୍ଦ୍ରାପଡା, ନୟାଗଡ଼, ଖୋର୍ଦ୍ଧା ଆଦି ଜିଲ୍ଲାର ସଭାପତି ଓ ସମ୍ପାଦକଙ୍କ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ନିଜର ମତ ଉପସ୍ଥାପନ କରିଥିଲେ l ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ, ଧିରେନ କୁମାର ପାଢ଼ୀ, ସନ୍ତୋଷ କୁମାର ଦାସ, ଶିଶିର ସ୍ୱାଇଁ, ଅଂଶୁମାନ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ରୂପକ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

💬 Leave a Comment

🗨️ Approved Comments

No comments yet.

🔗 Share this article: