🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗରେ ଜଣେ ଗିରଫ - NILACHALA SAMACHAR
Article Image

ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗରେ ଜଣେ ଗିରଫ

🗂 Crime | 🕒 10 Nov 2025, 14:38 IST

ପୁରୀ ମହଙ୍ଗା ପଡିଲା ଅନଲାଇନରେ ମହାପ୍ରସାଦ ବିକ୍ରି । ବେଆଇନ୍ ଭାବରେ ଶ୍ରୀମନ୍ଦିର ମହାପ୍ରସାଦ ବିକ୍ରି ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ । ପୁରୀ ସାଇବର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଜୟବଡା ଅଞ୍ଚଳର ଡିସପୋଜା ପଟ୍ଟନାୟକ ।

ଅଭିଯୁକ୍ତ ଜଣକ 'ଶ୍ରୀପ୍ରସାଦ.ଓଆରଜି' ନାମକ ଏକ ଓ୍ବେବସାଇଟ ଖୋଲି ଜଗନ୍ନାଥ ମନ୍ଦିର ମହାପ୍ରସାଦ ଅନଲାଇନରେ ବିକ୍ରି ହେଉଥିବା ନେଇ ଓ୍ବେବସାଇଟରେ ବିଜ୍ଞାପନ ପ୍ରଦର୍ଶନ କରିଥିଲେ । ଉକ୍ତ ଓ୍ବେବସାଇଟ ମାଧ୍ୟମରେ ନିଜର‌ ଫୋନ ନମ୍ବର ଦେଇ ଅନଲାଇନରେ ଜଗନ୍ନାଥ ମନ୍ଦିରର ମହାପ୍ରସାଦ ବିକ୍ରି ହେଉଥିବା ନେଇ ସୂଚନା ଦେଇଥିଲେ ।

ତେବେ ଏହି ଘଟଣା ନଜରକୁ ଆସିବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ ଗତ ଅକ୍ଟୋବର ୨୨ ତାରିଖରେ ପୁରୀ ସାଇବର ଥାନାରେ ଏକ ଏତଲା ଦେଇଥିଲେ । ସାଇବର ଥାନା ଅଧିକାରୀ ସଂଘମିତ୍ରା ନାୟକ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରିଛନ୍ତି ।


କେସ୍ ନଂ 26, ତାରିଖ 22.10.25 u/s 299/318(2)/318(4)/319(2)/336(2) /336(3)/336(4)/340(2)/356(2) rw 3(5) BNS rw 66(C)/66(D) IT Act regd )ରେ ମାମଲା ରୁଜୁ ହେବା ସହିତ ପୁରୀ ସାଇବର ଥାନା ପୋଲିସ ଆକ୍ସନ ସ୍ୱରୂପ ଅଭିଯୁକ୍ତକୁ ଗିରଫ କରିଛି ।


ଜଗନ୍ନାଥ ମନ୍ଦିରର ମହାପ୍ରସାଦର ପବିତ୍ରତା କ୍ଷୁର୍ଣ୍ଣ ହେବାର ସମ୍ଭାବନା ଥିବାରୁ ଅନଲାଇନ ଜରିଆରେ ମହାପ୍ରସାଦ ବିକ୍ରି ନେଇ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଅନକେ ବ୍ୟକ୍ତି ଅନଲାଇନରେ ଓ୍ବେବସାଇଟ ଖୋଲି ଜଗନ୍ନାଥ ମନ୍ଦିରର ମହାପ୍ରସାଦ ବିକ୍ରି ହେଉଥିବା ଓ୍ବେବସାଇଟରେ ବିଜ୍ଞାପନ ପ୍ରଦର୍ଶନ କରୁଛନ୍ତି । ଯାହାକି ସମ୍ପୂର୍ଣ୍ଣ ବେଆଇନ ହୋଇଥିବା ବେଳେ ଅନଲାଇନରେ କେହି ଟଙ୍କା ଦେଇ ମହାପ୍ରସାଦ ବୁକିଂ ନକରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ବାରମ୍ବାର ଅନୁରୋଧ କରାଯାଉଛି ।


ପୂର୍ବରୁ ବ୍ରହ୍ମପୁରର 'ଇଜି ଏସେନଶିଆଲ' ନାମକ ଏକ ଫୁଡ୍ ଡେଲିଭରି ଆପ୍ ଶ୍ରୀମନ୍ଦିର ମହାପ୍ରସାଦକୁ ଅନଲାଇନରେ ଅର୍ଡର ନେଇ ଲୋକଙ୍କ ନିକଟରେ ପଞ୍ଚାଉଥିବା ସୋସିଆଲ ମିଡ଼ିଆରେ ବିଜ୍ଞାପନ ପ୍ରଚାର ପ୍ରସାର କରାଯାଇଥିଲା । ଏନେଇ ଅଭିଯୋଗ ହୋଇଥିଲା ।

ଏପରିକି ମହାପ୍ରଭୁଙ୍କ ମୁଖ ମଣ୍ଡଳର ଚିତ୍ର ଥାଇ ଅଲି ଏକ୍ସପ୍ରେସ ନାମକ ୱେବସାଇଟରେ ପାପୋଛ ବିକ୍ରି ବିଜ୍ଞାପନ ସାମ୍ନାକୁ ଆସିଥିଲା । ଏ ନେଇ ସିଂହଦ୍ଵାର ଥାନାରେ ଏତଲା ଦେଇଥିଲା ପୁରୀ ବଡ଼ଦାଣ୍ଡ ସେବା ସଂଘ । ଏହାକୁ ନିବାରଣ କରିବା ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା ।

💬 Leave a Comment

🗨️ Approved Comments

No comments yet.

🔗 Share this article: