🗂 World | 🕒 11 Nov 2025, 02:36 IST
ପୁରୀ ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। କାମଣ୍ଡୋ ବାହିନୀ କୁ ମୁତୟନ କରାଯାଇଛି। ଶ୍ରୀ ମନ୍ଦିର ଚାରି ପାଖ କୁ ଖାଲି କରାଯାଇଛି। ଶ୍ରୀ ମନ୍ଦିର କୁ ପ୍ରବେଶ କରୁଥିବା ଭକ୍ତ ଙ୍କ ଉପରେ କଡା ନଜର ରଖାଯାଇଛି। ପୁରୀ ସହର ସମେତ ରେଲୱେ ଷ୍ଟେସନ, ପୁରୀ ସହର ସବୁ ପ୍ରବେଶ ପଥ ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଜିଲ୍ଲାର ସବୁ ଥାନା ଅଧିକାରୀ ଙ୍କୁ ଆଲର୍ଟ କରାଯାଇଛ। ସମୁଦ୍ର ପଥ ଉପରେ କଡା ନଜର ରଖିବା ପାଇଁ ମେରାଏନ୍ ଥାନା କୁ ଆଲର୍ଟ କରାଯାଇଛି। କୋଷ୍ଟ ଗାର୍ଡ ସହ ଯୋଗାଯୋଗ ରଖାଯାଇଛି। ସବୁ ହୋଟେଲ ମାଲିକ ଙ୍କୁ ସତର୍କ କରି ଦିଆଯାଇଛି। କିଛି ସଂଧିଗ୍ଧ ଲୋକ ଦେଖିଲେ ତୁରନ୍ତ ପୋଲିସ କୁ ଖବର ଦେବା କୁ ହୋଟେଲ ମାଲିକ ଙ୍କୁ କୁହାଯାଇଛି। ଲୋକ ଙ୍କୁ ମଧ୍ୟ ଅନୁରୋଧ କରାଯାଇଛି। କିଛି ସନ୍ଦେହ ଜନକ ଘଟଣା ଦେଖିଲେ ତୁରନ୍ତ ପୋଲିସ କୁ ଖବର ଦେବାକୁ ଅନୁରୋଧ କରିଛନ୍ତି ପୁରୀ ଏସପି ପ୍ରତୀକ ସିଂ
No comments yet.