🗂 Crime | 🕒 12 Nov 2025, 17:19 IST
ପୁରୀ ସହରରେ ବାରମ୍ବାର ଆତଙ୍କ ସୃଷ୍ଟି କରୁଥିବା ଦୁଇ କୁଖ୍ୟାତ ଅପରାଧୀଙ୍କୁ ମଙ୍ଗଳବାର ଟାଉନ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଉକ୍ତ ଥାନା ଅଧୀନ ଜଗନ୍ନାଥବଲ୍ଲଭର ବିରଞ୍ଚି ମହାପାତ୍ର ଓରଫ ପାପୁନି (୨୬) ଓ ବାସେଳିସାହି ଥାନା ଅଧୀନ ଗୋଖାସାହି ନୀଳଚକ୍ରଲେନ୍ର ଆଶିଷ ଦାସ (୨୦)। ଏମାନଙ୍କଠାରୁ ପୁଲିସ ଏକ କ ଷ୍ଟିଲ ଛୁରୀ, ଲୁହା ରଡ, ମୋବାଇଲ ଓ ୨୦୦ ଟଙ୍କା ଜବତ କରିଛି। ପୁଲିସ ସୂଚନାନୁଯାୟୀ, ଉଭୟ ଟାଉନ୍ ଥାନା ଅଞ୍ଚଳରେ ବାରମ୍ବାର ଅଟୋ ଡ୍ରାଇଭର, ଯାତ୍ରୀ ଓ ଉଠା ବ୍ୟବସାୟୀମାନଙ୍କୁ ମାରଣାସ୍ତ୍ର ଦେଖାଇ ଦାଦାବଟି ଆଦାୟ କରୁଥିଲେ। ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଉଥିଲେ। ସେମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ଲୋକମାନେ ଡରୁଥିଲେ। ପୁଲିସ ନିଜ ଆଡୁ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି।
No comments yet.