🗂 Local | 🕒 13 Nov 2025, 15:24 IST
ପୁରୀ ଚପଲ ପିନ୍ଧି ଖାଇଲେ ମହାପ୍ରସାଦ। ଶ୍ରୀମନ୍ଦିର ପଶ୍ଚିମପାର୍ଶ୍ୱ ଭିତର ପରିକ୍ରମା ମାର୍ଗରେ ଜଣେ ମହିଳା ଶ୍ରଦ୍ଧାଳୁ ଚପଲ ପିନ୍ଧି ମହାପ୍ରସାଦ ଖାଉଥିବାର ଭିଡିଓ ଭାଇରାଲ ହୋଇଛି । ମହାପ୍ରସାଦକୁ ସମ୍ମାନ କରିବାରେ ଭକ୍ତମାନେ ଦୃଷ୍ଟି ନଦେବା ଓ ଏନେଇ ମହାପ୍ରସାଦ ଦେଉଥିବା ଯାତ୍ରୀ ପଣ୍ଡା ସଚେତନ ନକରାଇବା ଉଦ୍ବେଗର କାରଣ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଏହି ଉଦ୍ବେଗଜନକ ଘଟଣା ଘଟିଥିବା ଭିଡିଓରୁ ଜଣାପଡ଼ୁଛି । ଜଣେ ବ୍ୟକ୍ତି ଉକ୍ତ ଭିଡିଓ କରୁଥିବା ଦେଖିବା ପରେ ଏହି ମହିଳା ଶ୍ରଦ୍ଧାଳୁ ଜଣକ ମହାପ୍ରସାଦ ଛାଡ଼ି ଦୂରକୁ ପଳାଇଥିଲେ ।
ଶାସ୍ତ୍ର ମୁତାବକ ଭକ୍ତିର ସହ ଶ୍ରୀଜିଉଙ୍କ ଦର୍ଶନ ଯେତିକି ମୁକ୍ତିପ୍ରଦ, ସେତିକି ମୁକ୍ତିପ୍ରଦ ମହାପ୍ରସାଦ । ମହାପ୍ରସାଦକୁ କେବଳ ଦର୍ଶନ କରି ପ୍ରଣିପାତ କରିଦେଲେ ମୁକ୍ତିର ବାଟ ସହଜ ହୋଇଯାଏ । ମହାପ୍ରସାଦକୁ ଖାଇବା ବେଳେ ବିନା ଆସନରେ ଖାଇବାର ପରମ୍ପରା ରହିଛି । ତେବେ ମହାପ୍ରସାଦର ମର୍ଯ୍ୟାଦା ରକ୍ଷାରେ କେତେକ ସ୍ଥାନରେ ଅବହେଳା ହେଉଥିବା ବିଭିନ୍ନ ସମୟରେ ଦୃଶ୍ୟ ସାମ୍ନାକୁ ଆସିବା ଉଦ୍ବେଗର କାରଣ ହୋଇଛି ।
No comments yet.