🗂 Art & Culture | 🕒 13 Nov 2025, 23:44 IST
ପୁରୀ ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା ପଡିଥିବାର ନଜରକୁ ଆସିବା ପରେ ମହାପ୍ରଭୁ ଙ୍କ ବଡ ମହାସ୍ନାନ ଅନୁଷ୍ଠିତ ହୋଇଛି l ମଧ୍ୟାହ୍ନ ଧୂପ ପରେ ଭିତରକାଠ ଦର୍ଶନ ଶେଷ ବେଳକୁ ବାହାର କାଠ ଭିତର ପଟ ଠାରୁ ରକ୍ତ ଟୋପା ଜୟବିଜୟ ଦ୍ଵାର ଭିତର ପାହାଚ ପର୍ଯ୍ୟନ୍ତ ପଡ଼ିଥିବା ଦୃଷ୍ଟି ଗୋଚର ହେବାରୁ ମହାପ୍ରଭୁଙ୍କୁ ବଡ ମହାସ୍ନାନ ଲାଗିଥିଲା l ବଡ ମହାସ୍ନାନ ହେଲେ ୦୫.୫୦, ଧୁଆ ଧୋଇ ହୋଇ ଚୂନ ପାଣି ପଡ଼ିଲା ୦୬.୨୦, ସିଂହାସନ ଧୁଆ - ୦୬.୩୦, ଗଭା ମଇଲମ - ୦୬.୪୦,ମହାସ୍ନାନ ପୂଜା ଠା - ୦୭.୦୦, ମହାସ୍ନାନ ପୂଜା - ୦୭.୧୫,ମହାସ୍ନାନ ପୂଜା ଶେଷ - ୦୭.୨୫ ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢିଥିଲା l
No comments yet.