🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଟାଇଲ ମିସ୍ତ୍ରୀ ହତ୍ୟା ମାମଲା, ଜେଲ ଗଲା ଅଭିଯୁକ୍ତ - NILACHALA SAMACHAR
Article Image

ଟାଇଲ ମିସ୍ତ୍ରୀ ହତ୍ୟା ମାମଲା, ଜେଲ ଗଲା ଅଭିଯୁକ୍ତ

🗂 Crime | 🕒 14 Nov 2025, 20:49 IST


ପୁରୀ ଗତ ୧୧ତାରିଖ ବିଳମ୍ବିତ ରାତ୍ରରେ ଘଟିଥିବା ଟାଇଲ ମିସ୍ତ୍ରୀ ହତ୍ୟା ଘଟଣାର ପର୍ଦାଫାଶ କରିଛି ପେଣ୍ଠକଟା ମେରାଇନ ଥାନା ପୁଲିସ l ଏହି ଥାନା ଅଧିନବ୍ରାହ୍ମଣ ପୋଖରୀ ସନାତନ ନଗର ଫେଜ ରେ ରହୁଥିବା ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲାର ଟାଇଲ ମିସ୍ତ୍ରୀ ରାଜେଶ ଓରଫ ଏସକେ ନୁରେ ଆଲାମ ୩୫କୁ ହତ୍ୟା କରାଯାଇଥିଲା l ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପଶ୍ଚିମବଙ୍ଗ ହାୱାଡ଼ ଜିଲ୍ଲାରଏସକେ ମୁସାରଫ ୨୩କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ମୃତକ ରାଜେଶ ଓରଫ ଏସକେ ନୁରେ ଆଲ୍ଲାମ (୩୫) ଟାଇଲ ମିସ୍ତ୍ରୀଭାବେ ପୁରୀରେ କାମ କରେ l ସେ କୁଣ୍ଢାଇବେଣ୍ଟ ସାହିର ପ୍ରଭୁପାଦ ପୋଥାଳଙ୍କର ବ୍ରାହ୍ମଣପୋଖରୀ ସନାତନ ବିହାର, ଫେଜ୍-2 ରେ ଥିବା ଘରେ ଭଡ଼ା ଆକାରରେ ରହୁଥିଲା l ମୃତକ ତାଙ୍କର ସହକର୍ମୀ ଅଜିମ୍ ଏବଂ ଏସ୍. ଫିରଦୋଶଙ୍କ ସହିତ ଟାଇଲ୍ସ ମିସ୍ତ୍ରୀ ଭାବେ କାମ କରୁଥିଲେ। କାର୍ଯ୍ୟଭାର ବୃଦ୍ଧି ଯୋଗୁଁ ମୃତକ ପଶ୍ଚିମବଙ୍ଗ ହାୱାଡ଼ ଜିଲ୍ଲାର ଅଭିଯୁକ୍ତ ଏସକେ ମୁସାରଫକୁ କାମ କରିବା ପାଇଁ ପୁରୀ ଆଣିଥିଲା l ମୁସାରଫ ଆସିବା ପରେ ମୃତକଙ୍କ ସହକର୍ମୀ ଅଜିମ୍ କାମ ଛାଡି ତାଙ୍କ ଗାଁକୁ ଫେରି ଯାଇଥିଲା l ଅଜିମ ମୁସାରଫ ଯୋଗୁଁ ଗାଁକୁ ଚାଲି ଯାଇଥିବା ନେଇ ସନ୍ଦେହ କରି ମୃତକ ରାଜେଶ ଓରଫ ଏସକେ ନୁରେ ଆଲ୍ଲାମ ଏବଂ ତାଙ୍କ ବନ୍ଧୁ ଏସ୍. ଫିରଦୋଶ ଏସ୍. ମୁସରଫଙ୍କ ସହ ପାଟିତୁଣ୍ଡ ଲାଗିଥିଲା l ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଗତ ୧୧ ତାରିଖରେ ମୃତକ ରାଜେଶ ଓରଫ ଏସକେ ନୁରେ ଆଲ୍ଲାମ, ଏସ୍. ଫିରଦୋଶ, ଏସ୍. ମୁସରାଫ ଏବଂ ଅନ୍ୟ ଦୁଇ ବନ୍ଧୁ ଯଥା ମନୋଜ କୁମାର ସାମନ୍ତରାୟ, ଗତିକୃଷ୍ଣ ସାମନ୍ତରାୟ ଏବଂ ରମେଶ ଚନ୍ଦ୍ର ସ୍ୱାଇଁ ସମସ୍ତେ ମିଶି ଏକ ଭୋଜି କରିଥିଲେ l ଭୋଜିରେ ଅଜିମ ସାମିଲ ନହୋଇ ଚାଲିଯାଇଥିଲା l ଏନେଇ ମଧ୍ୟ ମୃତକ ଓ ମୁସାରଫଙ୍କ ମଧ୍ୟରେ ବିବାଦ ଲାଗିଥିଲା l ଗତ ୧୧ ରାତିରେ ମୃତକ ତାଙ୍କର ସହକର୍ମୀ ଫିର୍ଦୋଷ ଶୋଇଥିବା ବେଳେ ଅଭିଯୁକ୍ତ ଏସ୍. ମୁସରାଫ ଆକ୍ରମଣା କରିଥିଲା l ଏଥିରେ ଫିର୍ଦୋଷ ପ୍ରତିବାଦ କରିବାରୁ ମୁସାରଫ ମଧ୍ୟ ଫିର୍ଦୋଷକୁ ମଧ୍ୟ ଆକ୍ରମଣ କରିଥିଲା l ହାତୁଡି ଆକ୍ରମଣରେ ରାଜେଶ ଓରଫ ଏସକେ ନୁରେ ଆଲ୍ଲାମ ମୃତ୍ୟୁ ବରଣ କରିଥିଲା l ମୃତକ ରହୁଥିବା ଘର ମାଲିକ ପ୍ରଭୂପାଦ ପେଣ୍ଠକଟା ମେରାଇନ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୧୦୫ /୨୦୨୫ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: