🗂 Crime | 🕒 15 Nov 2025, 11:55 IST
ପୁରୀ, ୧୪/୧୧ : ବଡଶଙ୍ଖ ଛକ ନିକଟସ୍ଥ ତାରା ପ୍ୟାଲେସ ରୁମରେ ଆସାମ ରାଜ୍ୟର ଜଣେ ଯୁବତୀ ଝୁଲିପଡି ମୃତ୍ୟୁବରଣ କରିଛନ୍ତି l କୁମ୍ଭାରପଡା ଥାନା ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଯୁବତୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମେଡିକାଲରେ ଭର୍ତ୍ତି କରିଛନ୍ତି l ମୃତ ଯୁବତୀଙ୍କ ପରିଚୟ ଆସାମ ରାଜ୍ୟର ବୋଙ୍ଗାଇଗାଁ ଥାନା ଅଂଚଳର ରିୟା କୁମାରୀ ଶ ୧୯ l ଯାହା ଜଣାପଡିଛି ଯେ ଯୁବତୀ ଜଣକ ତାଙ୍କର ଭଉଣୀ ଓ ଭିଣୋଇଙ୍କ ସହ ପୁରୀ ଆସିଥିଲେ l ସେମାନେ ହୋଟେଲ ତାରା ପ୍ୟାଲେସରେ ରହୁଥିଲେ l ଭଉଣୀ ଭିଣୋଇ ନଥିବା ବେଳେ ଯୁବତୀ ଜଣକ ହୋଟେଲ ରୁମରେ ବେକରେ ରଶି ଲଗାଇ ଝୁଲି ପଡିଥିଲା l ଯୁବତୀ ଜଣକ କଣ ପାଈଁ ଝୁଲିପଡ଼ି ମୃର୍ତ୍ୟୁ ବରଣ କଲେ ତାହା ଜଣାପଡ଼ିନାହିଁ l କୁମ୍ଭାରପଡା ଥାନା ପୁଲିସ ୩୮/୨୦୨୫ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାଯାଇଛି l
No comments yet.